29.1 C
Bhubaneswar
Thursday, May 9, 2024
Homeଓଡିଶାସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ଗୁଜୁରାଟ ଷ୍ଟୁଡେଂଟ ଷ୍ଟାର୍ଟଅପ୍ ଆଣ୍ଡ ଇନୋଭେସନ୍ ହବ୍‌ର ସିଇଓଙ୍କ ସୌଜନ୍ୟମୂଳକ ସାକ୍ଷାତ

ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ଗୁଜୁରାଟ ଷ୍ଟୁଡେଂଟ ଷ୍ଟାର୍ଟଅପ୍ ଆଣ୍ଡ ଇନୋଭେସନ୍ ହବ୍‌ର ସିଇଓଙ୍କ ସୌଜନ୍ୟମୂଳକ ସାକ୍ଷାତ

ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ଗୁଜୁରାଟ ଷ୍ଟୁଡେଂଟ ଷ୍ଟାର୍ଟଅପ୍ ଆଣ୍ଡ ଇନୋଭେସନ୍ ହବ୍‌ର ସିଇଓଙ୍କ ସୌଜନ୍ୟମୂଳକ ସାକ୍ଷାତ
ଭୁବନେଶ୍ୱର, ୩୧/୦୧: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ବୁଧବାର ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଗୁଜୁରାଟ ଷ୍ଟୁଡେଂଟ ଷ୍ଟାର୍ଟ-ଅପ୍ ଆଣ୍ଡ ଇନୋଭେସନ୍ ହବ୍ (ଆଇ-ହବ୍‌)ର ସିଇଓ ଶ୍ରୀ ହିରଣ୍ମୟ ମହାନ୍ତ । ତାଙ୍କ ସହିତ ଆଇଜି ଡ୍ରୋନ୍ସର ପ୍ରତିଷ୍ଠାତା ଓ ସିଇଓ ଶ୍ରୀ ବୋଧିସତ୍ୱ ସଂଘପ୍ରିୟ ମଧ୍ୟ ପ୍ରଫେସର ନାୟକଙ୍କୁ ଭେଟିଛନ୍ତି ।
ଏହି ସାକ୍ଷାତ ସମୟରେ ସୋଆରେ ଇନ୍‌କ୍ୟୁଭେସନ୍ ଓ ଷ୍ଟାର୍ଟ – ଅପ୍‌ର ବିକାଶ ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ଏହି ପରିପ୍ରେକ୍ଷୀରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଶ୍ରୀ ମହାନ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ୟୁଏସ୍‌ଏର ପେନ୍‌ଷ୍ଟେଟ୍ କଲେଜ ଅଫ୍ ଇଞ୍ଜିନିୟରିଂର କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ତଥା ଡିଷ୍ଟିଙ୍ଗ୍ୟୁଇସ୍‌ଡ ପ୍ରଫେସର ତଥା ସୋଆର ଉପଦେଷ୍ଟା ପ୍ରଫେସର ଚିତ ରଞ୍ଜନ ଦାସ ଓ ଆଇଟିଇଆର୍‌ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking