33.1 C
Bhubaneswar
Saturday, April 27, 2024
Homeଓଡିଶାଗଣତନ୍ତ୍ର ଦିବସ ପାଇଁ ଗାଇଡଲାଇନ

ଗଣତନ୍ତ୍ର ଦିବସ ପାଇଁ ଗାଇଡଲାଇନ

ଭୁବନେଶ୍ୱର: ଗଣତନ୍ତ୍ର ଦିବସ ପାଇଁ ଗାଇଡଲାଇନ ଜାରି କରିଛନ୍ତି ନିର୍ବାଚନ କମିଶନର । ଅତିଥିଙ୍କ ଭାଷଣରେ ରହିବନି ସରକାରୀ ସଫଳତାର ଚିତ୍ର । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ କେହି ବି ସରକାରୀ ସଫଳତା କଥା କହିବେନି । କେବଳ ରାଷ୍ଟ୍ର, ସ୍ୱାଧୀନତା ସଂଗ୍ରାମୀ, ସହିଦଙ୍କ ସଂପର୍କରେ ଭାଷଣ ଦେବେ । କୌଣସି ମନ୍ତ୍ରୀ ବା ରାଜନୈତିକ କର୍ମକର୍ତ୍ତା ନିଜ ଜିଲ୍ଲାରେ ଅତିଥି ହୋଇପାରିବେନି । ସରକାରୀ ଯୋଜନା ଓ ସଫଳତାର ଚିତ୍ର ବହନ କରୁଥିବା ପ୍ରଜ୍ଞାପନ ମେଢ ମନା କରାଯାଇଛି । ତେବେ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ ହୋଇପାରିବ ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧,୦୮୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬୪୩୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୪୬୫୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୦୬୧ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୪୬୯ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧୩୯ ଜଣ, ବାଲେଶ୍ୱରରୁ ୩୨୩ ଜଣ, ବରଗଡ଼ରୁ ୧୨୫ ଜଣ, ଭଦ୍ରକରୁ ୧୩୨ ଜଣ, ବଲାଙ୍ଗୀରରୁ ୩୦୦ ଜଣ, ବୌଦ୍ଧ ଜିଲ୍ଲାରୁ ୮୩, କଟକରୁ ୭୬୬ ଜଣ, ଦେବଗଡ଼ରୁ ୫୩ ଜଣ, ଢେଙ୍କାନାଳରୁ ୧୫୭ ଜଣ, ଗଜପତିରୁ ୯୩, ଗଞ୍ଜାମରୁ ୧୧୬ ଜଣ, ଜଗତସିଂହପୁରରୁ ୨୭୩ ଜଣ, ଯାଜପୁରରୁ ୨୭୫ ଜଣ, ଝାରସୁଗୁଡ଼ାରୁ ୧୩୨ ଜଣ, କଳାହାଣ୍ଡିରୁ ୨୫୩ ଜଣ, କନ୍ଧମାଳରୁ ୫୧ ଜଣ, କେନ୍ଦ୍ରାପଡ଼ାରୁ ୮୫ ଜଣ, କେଉଁଝରରୁ ୨୨୩ ଜଣ, ଖୋର୍ଦ୍ଧାରୁ ୩୪୬୯ ଜଣ, କୋରାପୁଟରୁ ୧୯୬ ଜଣ, ମାଲକାନଗିରିରୁ ୫୪ ଜଣ, ମୟୁରଭଞ୍ଜରୁ ୩୯୩ ଜଣ, ନବରଙ୍ଗପୁରରୁ ୧୩୭, ନୟାଗଡ଼ରୁ ୧୪୯ ଜଣ, ନୂଆପଡ଼ାରୁ ୧୦୪ ଜଣ, ପୁରୀରୁ ୧୮୮ ଜଣ, ରାୟଗଡ଼ାରୁ ୧୮୭ ଜଣ, ସମ୍ୱଲପୁରରୁ ୩୦୨ ଜଣ, ସୋନପୁରରୁ ୧୫୩, ସୁନ୍ଦରଗଡ଼ରୁ ୧୪୧୬ ଜଣ ଓ ଷ୍ଟେଟ ପୁଲରୁ ୭୫୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବ

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୧,୫୫,୪୮୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୦,୬୬, ୦୩୨ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୮୦, ୯୧୪ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking