28.1 C
Bhubaneswar
Thursday, March 28, 2024
Homeଅପରାଧଅଶ୍ଳୀଳ ଭିଡିଓ ଦେଖିବାର ନିଶା: ପଡ଼ୋଶୀଙ୍କ ଫଟୋରେ କରୁଥିଲା ଏପରି କାମ, ଜାଣିଲେ ଆଶ୍ଚର୍ଯ୍ୟ ହେବେ....

ଅଶ୍ଳୀଳ ଭିଡିଓ ଦେଖିବାର ନିଶା: ପଡ଼ୋଶୀଙ୍କ ଫଟୋରେ କରୁଥିଲା ଏପରି କାମ, ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ପୁଣେ: ମହାରାଷ୍ଟ୍ର ପୁଣେରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ପୋଲିସ ଏପରି ଏକ ଯୁବକକୁ ଗିରଫ କରିଛି, ଯାହା ପାଖରେ ହଜାର ମାତ୍ରାରେ ପର୍ଣ୍ଣ ଭିଡ଼ିଓ ଓ ଫଟୋଗ୍ରାଫ ମିଳିଛି । ପୋଲିସର କହିବା ମୁତାବକ, ୨୪ ବର୍ଷୀୟ ଶୁଭମ ଅବଦେ ନିଜ ପଡ଼ୋଶୀ ମହିଳାଙ୍କ ଫଟୋ ସହିତ ଟାମ୍ପରିଂ କରି ଅଶ୍ଳୀଳ ଭିଡ଼ିଓ ତିଆରି କରିଛନ୍ତି । ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଲା କି, ଏହି ଯୁବକଜଣକ ଗତ ୬ ମାସରୁ ପର୍ଣ୍ଣ ଭିଡ଼ିଓ ତିଆରି କରୁଛି । ଶୁଭମ ମୋବାଇଲରୁ ପ୍ରାୟ ୫ ହଜାର ଫଟୋଗ୍ରାଫ ବି ମିଳିଛି । ପୋଲିସ ମୁତାବକ, ଶୁଭମ ଯେଉଁ ମହିଳାଙ୍କ ଫଟୋ ସହିତ ପର୍ଣ୍ଣ ଭିଡ଼ିଓ ତିଆରି କରୁଥିଲା, ସେମାନଙ୍କ ମଧ୍ୟରୁ ଅଧିକାଂଶ ସ୍ଥାନୀୟ ମହିଳା ଥିଲେ ବୋଲି ଜଣାପଡିଛି । ସେ ଏହି ଫଟୋଗୁଡ଼ିକୁ ସୋସିଆଲ ମିଡିଆରେ ସେୟାର କରିଛି କି ନାହିଁ, ସେନେଇ ପୋଲିସର ତଦନ୍ତ ଜାରି ରହିଛି । ଆଇଟି ଆକ୍ଟ ଅଧିନରେ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତର ଜଣେ ପରିଚିତ ଅଭିଯୋଗ କରିଛନ୍ତି । ତାଙ୍କ କହିବା ମୁତାବକ, ‘ରାଜୀବ ଗାନ୍ଧୀ ନଗରରେ ରହୁଥିବା ଅବେଦ ଓ ମୁଁ ସବୁବେଳେ କଥା ହେଉଥିଲୁ । ଥରେ ସେ ନିଜ ଫୋନରେ କିଛି ଦେଖୁଥିବା ବେଳେ ଆମେ ତା ଫଟୋ ଗ୍ୟାଲେରୀ ଦେଖିଥିଲୁ ,ଯେଉଁଥିରେ ଅଶ୍ଲୀଳ ଫଟୋ ଓ କିଛି ଭିଡ଼ିଓ ଥିଲା । ସେଥିରେ କିଛି ସ୍ଥାନୀୟ ମହିଳାଙ୍କ ଫଟୋ ମଧ୍ୟ ଦେଖିବାକୁ ମିଳିଥିଲା । ଏହି ବିଷୟରେ ତାକୁ ପଚାରିବାରୁ ସେ ମିଛ କହିଥିଲା । ଅଶ୍ଲୀଳ ଫଟୋକୁ ନେଇ ମହିଳାମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ । ଏହାର ଖୁଲାସା ପରେ ଶୁଭମ ବିରୋଧରେ ଅଭିଯୋଗ କରିଥିଲୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking