20.1 C
Bhubaneswar
Thursday, January 23, 2025
Homeଓଡିଶାଡିଏନ୍ଏ ଟେଷ୍ଟ କରାଇ ପୁଅର ମୃତଦେହ ଫେରାଇବାକୁ କାନ୍ଦି କାନ୍ଦି କଲେ ଗୁହାରୀ ପଶ୍ଚିମବଙ୍ଗରୁ ଆସିଥିବା...

ଡିଏନ୍ଏ ଟେଷ୍ଟ କରାଇ ପୁଅର ମୃତଦେହ ଫେରାଇବାକୁ କାନ୍ଦି କାନ୍ଦି କଲେ ଗୁହାରୀ ପଶ୍ଚିମବଙ୍ଗରୁ ଆସିଥିବା ବୃଦ୍ଧ

ବାଲେଶ୍ୱର: ବାହନଗା ଦୁର୍ଘଟଣାରେ ଅନେକ ଶବ ଏବେ ବି ଚିହ୍ନଟ ହୋଇପାରିନି । ହେଲେ ଏହାରି ଭିତରେ ଏକ ବଡ ସମସ୍ୟା ଦେଖାଦେଇଛି । କାରଣ ଗୋଟିଏ ଶବ ପାଇଁ ଦାବି କରୁଛନ୍ତି ଏକାଧିକ ବ୍ୟକ୍ତି । ଏ ସମ୍ପର୍କିତ ଅନେକ ଖବର ସାମ୍ନାକୁ ଆସୁଛି ଏବେ ସେମିତି ଆଉ ଏକ ଦୃଶ୍ୟ । ଜଣେ ବାପା ତାର ୨୨ ବର୍ଷର ମୃତ ପୁଅକୁ ଖୋଜୁଛନ୍ତି । ପଶ୍ଚିମବଙ୍ଗର ଶିବକାନ୍ତ ରାୟ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପୁଅର ଶବ ନେବା ପାଇଁ ଆସି ଭୁବନେଶ୍ୱର ଏମ୍ସରେ ପହଞ୍ଚିିଛନ୍ତି । ଜୀବିତ ଅବସ୍ଥାରେ ନହେଲେ ବି ପୁଅକୁ ଶେଷ ଥର ପାଇଁ ଦେଖିବେ ଆଉ ତାର ଅନ୍ତିମ ସଂସ୍କାର କରିବେ ବୋଲି ଛାତିକୁ ପଥର କରି ସେ ଆସିଛନ୍ତି । ହେଲେ ଏଠି ଯାହା ଶୁଣୁଛନ୍ତି ତାହା ତାଙ୍କୁ ହତବାକ କରିଦେଇଛି ।
ବିହାରର ଜଣେ ବ୍ୟକ୍ତି ନିଜର କହି ଶିବକାନ୍ତଙ୍କ ପୁଅର ଶବକୁ ନେଇଯାଇଥିବା ହସ୍ପିଟାଲ କର୍ତ୍ତୃ୍ୃପକ୍ଷ କହିଛନ୍ତି । ସବୁ ବାପାଙ୍କର ଇଚ୍ଛା ଥାଏ ଯେ ପୁଅ କାନ୍ଧରେ ଶ୍ମଶାନକୁ ଯିବେ । ହେଲେ ଏଠି ପୁଅତ ଚାଲିଗଲା ଆଉ ତାର ଶବ ବି ଗାଏବ । ତେଣୁ ଡିଏନଏ ଟେଷ୍ଟ କରାଇ ତାଙ୍କ ପୁଅର ମୃତଦେହକୁ ଫେରାଇ ଆଣିବାକୁ କାନ୍ଦି କାନ୍ଦି ମେଡିକାଲ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି ଅସହାୟ ବୃଦ୍ଧ ବାପା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking