30.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶଅନଲାଇନ ଗେମ ଖେଳିଲେ ଦେବାକୁ ହେବ ଟ୍ୟାକ୍ସ, ଯୋଜନା ପ୍ରସ୍ତୁତ କରୁଛନ୍ତି ସରକାର

ଅନଲାଇନ ଗେମ ଖେଳିଲେ ଦେବାକୁ ହେବ ଟ୍ୟାକ୍ସ, ଯୋଜନା ପ୍ରସ୍ତୁତ କରୁଛନ୍ତି ସରକାର

ନୂଆ ଦିଲ୍ଲୀ :ଅନଲାଇନ ଗେମ ଉପରେ ୨୮ ପ୍ରତିଶତ ବଢିବ ଜିଏସଟି । ବିତ୍ତ ମନ୍ତ୍ରୀ ଙ୍କର ବୈଠକରେ ଏ ନେଇ ଆଲୋଚନା ହୋଇଛି । ଅନଲାଇନ ଗେମ କସିନୋ ଏବଂ ହର୍ସରେସିଙ୍ଗ (ଘୋଡା ଦୈାଡ ) ଉପରେ ବଢିବ ଜିଏସଟି ଦର । ତେବେ ଏ ନେଇ କୈାଣସି ନିଷ୍ପତି ମଧ୍ୟ ନିଆଯାଇ ନାହିଁ । ବଙ୍ଗାଲର ଅର୍ଥମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ କହିଛନ୍ତି କି , ଏହାର ସଠିକ ମୂଲ୍ୟାଙ୍କନ କରାଯାଇ ନିଷ୍ପତ୍ତି ନିଆଯିବ । ବର୍ତ୍ତମାନ ଅନଲାଇନ ଗେମ କସିନୋ ଏବଂ ହର୍ସ ରେସିଙ୍ଗ ପାଇଁ ୧୮ ପ୍ରତିଶତ ଜିଏସଟି ଲାଗୁଛି । ସରକାର ଗତ ବର୍ଷ ମେ ମାସ ରେ ଅନଲାଇନ ଗେମ କସିନୋ ଏବଂ ହର୍ସ ରେସିଙ୍ଗ ପାଇଁ ରାଜ୍ୟ ର ଅର୍ଥମନ୍ତ୍ରୀ ମାନଙ୍କୁ ନେଇ ଏକ ପ୍ୟାନେଲ ଗଠନ କରିଥିଲେ । ମେଘାଳୟ ର ମୁଖ୍ୟମନ୍ତ୍ରୀ କୋନରାଡ ସଙ୍ଗମା ଙ୍କ ଅଧକ୍ଷତାରେ ସମସ୍ତ ରାଜ୍ୟର ମନ୍ତ୍ରୀ ମାନେ ଗତ ସୋମବାର ବୈଠକ କରିଥିଲେ । ଏବଂ ଜିଏସଟି ଦର କୁ ନେଇ ଆଲୋଚନା ମଧ୍ୟ ହୋଇଥିଲା । ତେବେ ଅନଲାଇନ ଗେମ, କସିନୋ ଏବଂ ହର୍ସ ରେସିଙ୍ଗ ପାଇଁ ୨୮ ପ୍ରତିଶତ ଉଚ୍ଚତମ ଦର ଲଗାଇବା ପାଇଁ ସମସ୍ତେ ମତ ଦେଇଥିଲେ । ତେବେ ଏ ନେଇ ୧୦ ଦିନ ରେ ରିପୋର୍ଟ ଆସିବ । ଭଟ୍ଟାଚାର୍ଯ୍ୟ କହିଛନ୍ତି କି , ଏ ନେଇ ଅଧିକାରୀ ମାନଙ୍କୁ ନେଇ ଏକ ସମିତି ୧୦ ଦିନ ଭିତରେ ଏକ ରିପୋର୍ଟ ଦେବେ । ଏହାପରେ ମନ୍ତ୍ରୀ ମାନଙ୍କୁ ନେଇ ଆଉ ଥରେ ବୈଠକ ବସିବ । ମନ୍ତ୍ରୀ ମାନଙ୍କର ସହମତି କ୍ରମେ ଶେଷ ନିଷ୍ପତି ନିଆଯିବ ।ଚଳିତ ମାସ ରେ ଜିଏସଟି ବୈଠକ ପରିଷଦରେ ଏ ନେଇ ଆଲୋଚନା ହେବ । ୮ ଜଣ ସଦସ୍ୟ ପ୍ୟାନେଲ ରେ ମହାରାଷ୍ଟ୍ର ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର, ଗୁଜୁରାଟ ର ଅଥମନ୍ତ୍ରୀ କନ୍ନୁ ଭାଇ ପଟେଲ, ଗୋଆର ପଂଚାୟତରାଜ ମନ୍ତ୍ରୀ ମୈାବିନ ଗୋଡିହ୍ନା, ତାମିଲନାଡୁର ଅର୍ଥମନ୍ତ୍ରୀ ପୀ.ତ୍ୟାଗରାଜନ, ଉତ୍ତରପ୍ରଦେଶର ଅର୍ଥମନ୍ତ୍ରୀ ସୁରେଶ ଖନ୍ନା, ତେଲେଙ୍ଗାନାର ଅର୍ଥମନ୍ତ୍ରୀ ଟି ହରିଶ ସାମିଲ ହୋଇଛନ୍ତି । ତେବେ ଏ ନେଇ ନୂଆ ନିୟମ ଲାଗୁ ହେବ । ଏଏମଆରଜି ଆଣ୍ଡ ଆସୋସିଏଟସ୍ ର ସିନିୟର ପାର୍ଟନର ରଜତ ମୋହନ କହିଛନ୍ତି କି , ଅନଲାଇନ ଗେମ କସିନୋ ଏବଂ ହର୍ସ ରେସିିଙ୍ଗ ର ସଠିକ ମୂଲ୍ୟାଙ୍କର ହେବ । ସମସ୍ତ ଅଧିକାରୀ ଉଠାଇଥିବା ମୁଦ୍ଦା ର ମଧ୍ୟ ସମାଧାନ ହେବ । ଏବଂ ନୁଆ ନିୟମ ଲାଗୁ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking