ରେଢ଼ାଖୋଲ : ପାରିବାରିକ କଳହର କରୁଣ ପରିଣତି। ଆଈକୁ ପିଟି ମାରିଦେଲେ ଦୁଇ ନାତି। ଆଈ ଯେଉଁ ନାତିମାନଙ୍କୁ କୋଳେଇ କାଖେଇ ବଡ଼ କରିଥିଲା, ଶେଷରେ ସେମାନେ ହିଁ ପ୍ରାଣ ନେଇଛନ୍ତି। ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା କେଲବଳମ ଗାଁରେ ଘଟିଛି ଏହି ଘଟଣା। ମୃତକ ଜଣକ ୭୦ ବର୍ଷିୟା ସୁକାନ୍ତି ମୁଣ୍ଡା। ତେଣେ ଅଘଟଣ ଘଟାଇବା ପରେ ଦୁଇ ନାତି ଫେରାର ହୋଇଯାଇଛନ୍ତି। ଦୁଇ ଅଭିଯୁକ୍ତ ହେଲେ ପଦ୍ମସର ମୁଣ୍ଡା ଓ ପଦଚରଣ ମୁଣ୍ଡା। କିସିଣ୍ଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଏହି ଘଟଣା ନେଇ ଅଧିକ ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି।