26.1 C
Bhubaneswar
Friday, March 29, 2024
Homeଓଡିଶାପ୍ରାଚୁର୍ଯ୍ୟର ଗନ୍ତାଘର କଳାହାଣ୍ଡି: ଲୋକେ କାମ ନପାଇ ଦାଦନ ଯାଉଛନ୍ତି

ପ୍ରାଚୁର୍ଯ୍ୟର ଗନ୍ତାଘର କଳାହାଣ୍ଡି: ଲୋକେ କାମ ନପାଇ ଦାଦନ ଯାଉଛନ୍ତି

ଜୁନାଗଡ: ପ୍ରାଚୁର୍ଯ୍ୟମୟୀ, ରତ୍ନଗର୍ଭା କଳାହାଣ୍ଡିର ବିଭିନ୍ନ ସ୍ଥାନରେ ମାଟି ତଳେ ବ୍ୟାପକ ମୂଲ୍ୟବାନ ରତ୍ନପଥର ଗଛିତ ଥିବା ଅନେକ ନଜିର ରହିଛି । ଜୁନାଗଡ଼ ବ୍ଲକ୍‌ର ଜିଲିଙ୍ଗଦର ମାଣିକ୍ୟ, ବଣ୍ଡୋଗୁଡା ଅଞ୍ଚଳର ନିଲମ ରତ୍ନପଥରର ଆନ୍ତର୍ଜାତିକ ବଜାରରେ ଢେର ଚାହିଦା ଥିବାରୁ ଏକଦା ଏହି ଅଞ୍ଚଳରେ ଆନ୍ତଃରାଜ୍ୟ ବ୍ୟବସାୟୀମାନେ ଡେରା ପକାଉଥିଲେ । ଜୁନାଗଡ଼ ବ୍ଲକର ଜିଲିଙ୍ଗଦର, ବଣ୍ଡୋଗୁଡା ସମେତ ନିକଟସ୍ଥ ରାବଣ ପାହାଡ଼, କେନ୍ଦୁକୁପାଲି, ଲାଇନ ଡଙ୍ଗର, ତତ୍‌ସଂଲଗ୍ନ ସଦର ବ୍ଲକର ବାନ୍ଧନ ଡଙ୍ଗର, ମାକରଚୁଆଁ, କୁନକୁତା, ଓଲବାହିଲି ଅଞ୍ଚଳରେ ବ୍ୟାପକ ଭାବେ ନିଲମ(ସ୍ଥାନୀୟ ଭାଷାରେ କାକାନିଲି ) ରତ୍ନପଥର ବହୁ ପରିମାଣରେ ଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଥାନ୍ତି ।

ଜିଲିଙ୍ଗଦର ମାଣିକ୍ୟ ରତ୍ନପଥର ପଥର ଖଣିକୁ ପ୍ରାୟ ତିରିଶ ବର୍ଷତଳେ ଏକ କମ୍ପାନୀ ଓଏମସି ଠାରୁ ଲିଜ୍ ନେଇ ଖନନ କରୁଥିଲା । ଯାହାକି ଏବେ ବନ୍ଦ ରହିଛି । ସେହିଭଳି ବଣ୍ଡୋଗୁଡା ଗ୍ରାମର ନିଲମ ଖଣିକୁ ମଧ୍ୟ ଜୈନିକ ବ୍ୟବସାୟୀ ଲିଜ ନେଇ ଖନନ କରୁଥିଲେ, ଯାହାକି ଏବେ ବନ୍ଦ ରହିଛି । ଚୀର ଅନଗ୍ରସର, ପଛୁଆ, ଅଣଜଳସେଚିତ ଜୁନାଗଡ଼ ବ୍ଲକର ଦେଦର ଓ ଦୁଦେଲମାଲ ଓ ସଦର ବ୍ଲକର ଶଗଡ଼ା ପାଞ୍ଚୟତର ବିଭିନ୍ନ ଅଞ୍ଚଳରେ ରତ୍ନପଥର ଖଣିଗୁଡିକ ରହିଛି । ସଦର ବ୍ଲକ୍‌ର ଓଲବାହିଲି ଖଣିକୁ ଜୈନିକ ବ୍ୟକ୍ତି ଲିଜ ନେଇ ଆଗରୁ ଖଣି ଖନନ କରୁଥିଲେ ।

ସମ୍ପ୍ରତି ତାଙ୍କର ଲିଜ୍ ଅବଧି ସରି ଯାଇଥିଲେ ହେଁ, ସେ ଖନନ କାର୍ଯ୍ୟ ଜାରି ରଖିଥିବା ଶୁଣାଯାଉଛି । ଜଙ୍ଗଲ ପାହାଡ଼ ଭିତରେ ଅସୁରକ୍ଷିତ ଭାବେ ବେଆଇନ ଖଣି ଖୋଲିବା ସମୟରେ ଅନେକ ଜୀବନ ମାଟିତଳେ ପୋତିହୋଇ ପ୍ରାଣ ହରାଇଥିବା ନଜିର ରହିଛି । ଏବେ ମଧ୍ୟ ସମ୍ପୃକ୍ତ ଅଞ୍ଚଳ ମାନଙ୍କରେ ବେଆଇନ ଭାବେ ବିପଦସଂକୁଳ ଅବସ୍ଥାରେ ରତ୍ନପଥର ଖଣି ଖୋଲାଯାଉଥିବା ଶୁଣାଯାଉଛି ପ୍ରାଚୁର୍ଯ୍ୟର ଗନ୍ତାଘରେ ମାଟିତଳେ କୋଟିକୋଟି ଟଙ୍କାର ରତ୍ନପଥର ଗଚ୍ଛିତ ଥିବା ବେଳେ ସମ୍ପୃକ୍ତ ଅଞ୍ଚଳର ଲୋକେ କାମ ନ ପାଇ ଦାଦନ ଯିବାକୁ ବାଧ୍ୟ ହେଉଛନ୍ତି । ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିର ଅଭାବ, ପ୍ରଶାସନିକ ଉଦାସୀନତା ଯୋଗୁଁ ଅଞ୍ଚଳର ବିକାଶ ହୋଇପାରୁନାହିଁ । ବୈଷୟିକ ଜ୍ଞାନ କୌଶଳର ସୁ-ବିନିଯୋଗ କରାଯାଇ ଉପଯୁକ୍ତ ରତ୍ନପଥର ଖଣି ଚିହ୍ନଟ ଓ ପ୍ରକ୍ରିୟାକରଣ କରି ସ୍ଥାୟୀ ନିଯୁକ୍ତିର ବ୍ୟବସ୍ଥା କରାଗଲେ ଅଞ୍ଚଳର ଲୋକେ ଉପକୃତ ହୁଅନ୍ତେ । କେନ୍ଦ୍ର ଓ ରାଜ୍ୟ ସରକାର ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ସର୍ବସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking