25.8 C
Bhubaneswar
Saturday, July 27, 2024
Homeଓଡିଶାବଢ଼ିବ ଗ୍ରାଣ୍ଟ-ଇନ୍-ଏଡ୍ ପରିସର, ଅଧିକ ଘରୋଇ କଲେଜକୁ ମିଳିବ ସରକାରୀ ମାନ୍ୟତା

ବଢ଼ିବ ଗ୍ରାଣ୍ଟ-ଇନ୍-ଏଡ୍ ପରିସର, ଅଧିକ ଘରୋଇ କଲେଜକୁ ମିଳିବ ସରକାରୀ ମାନ୍ୟତା

ଭୁବନେଶ୍ୱର: ବଢିବ ରାଜ୍ୟ ସରକାରଙ୍କ ଗ୍ରାଣ୍ଟ-ଇନ୍-ଏଡ୍ ପରିସର। ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ଅଧିକ ଘରୋଇ କଲେଜକୁ ମିଳିବ ସରକାରୀ ମାନ୍ୟତା। ୨୦୦୮ରୁ ୨୦୧୩ ଭିତରେ ପ୍ରତିଷ୍ଠା ହୋଇଥିବା କଲେଜ ଏବଂ ଏଥିରେ କାମ କରୁଥିବା ଅଧ୍ୟାପକ ଓ କମର୍ଚାରୀଙ୍କ ତାଲିକା ମାଗିଛି ଉଚ୍ଚଶିକ୍ଷା ବିଭାଗ। ଏସବୁ କଲେଜକୁ ମାନ୍ୟତା ଓ ଦରମା ଦେବା ପାଇଁ ନୂଆ ଗ୍ରାଣ୍ଟ-ଇନ୍-ପଲିସି ଆସିବ। ଏହା ପୂର୍ବରୁ ସମସ୍ତ ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ବିସ୍ତୃତ ତଥ୍ୟ ମାଗିଛି ଉଚ୍ଚଶିକ୍ଷା ବିଭାଗ ।

ଏହି ସମୟ ସୀମା ମଧ୍ୟରେ ରାଜ୍ୟରେ ପ୍ରାୟ ୨୯୬ କଲେଜ ପ୍ରତିଷ୍ଠା ହୋଇଥିବା ବେଳେ ଏଥିରେ ପ୍ରାୟ ୩ହଜାର ଅଧ୍ୟାପକ-କମର୍ଚାରୀ କାମ କରୁଛନ୍ତି। ସରକାରଙ୍କ ନିଷ୍ପତ୍ତିକୁ ଏହି ବର୍ଗ ସ୍ବାଗତ କରିବା ସହ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ଲୋୟର ପିଏମଜିରେ ୨୦୦୮ ପରଠାରୁ ପ୍ରତିଷ୍ଠା ହୋଇଥିବା ସମସ୍ତ କଲେଜ ଓ ଏଥିରେ କାମ କରୁଥିବା ଅଧ୍ୟାପକ-କମର୍ଚାରୀଙ୍କୁ ସରକାରୀ ମାନ୍ୟତା ଦାବିରେ ଆନ୍ଦୋଳନ ଚାଲିଛି। ୨୦୦୮ରୁ ୨୦୧୩ ଭିତରେ ଗ୍ରାଣ୍ଟ-ଇନ୍-ଏଡ୍ ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଥିବାରୁ ୨୦୧୮ ଯାଏଁ ପ୍ରତିଷ୍ଠା ହୋଇଥିବା କଲେଜକୁ ଏଥିରେ ଅନ୍ତର୍ଭୁକ୍ତ କରିବାକୁ ଅନୁରୋଧ କରିଛନ୍ତି । ପ୍ରତି ୫ବର୍ଷରେ ଥରେ ସରକାରୀ ଅନୁଦାନ ପାଇଁ କଲେଜକୁ ସାମିଲ କରାଯାଏ ।

ହେଲେ ୨୦୧୪ରେ ପରିବର୍ଦ୍ଧିତ ଅନୁଦାନ ନୀତି ଆସିନଥିବାରୁ ଏକାଥରେ ୨୦୧୮ ଯାଏଁ କଲେଜକୁ ସାମିଲ କରିବା ପାଇଁ ସଂଘ ଦାବି କରିଛି। ତେବେ ଉଚ୍ଚଶିକ୍ଷା ବିଭାଗ ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ଦେଇଥିବା ଚିଠିରେ ୨୦୨୨ ଯାଏଁ ପ୍ରତିଷ୍ଠା ହୋଇଥିବା କଲେଜର ଷ୍ଟାଟସ୍, ରେଜଲ୍ଟ ବାବଦରେ ବି ତଥ୍ୟ ମାଗିଛନ୍ତି। ୨୦୦୮ ପୂର୍ବରୁ ପ୍ରତିଷ୍ଠା ହୋଇଥିବା +୨ ଓ ଡିଗ୍ରୀ କଲେଜ ଏବେ ସରକାରୀ ଅନୁଦାନଭୁକ୍ତ ହୋଇଛି। ଏବେ ୨୦୦୮ରୁ ୨୦୧୩ ମଧ୍ୟରେ ଥିବା କଲେଜ ସରକାରୀ ମାନ୍ୟତା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୧୮ ଯାଏଁ ରାଜ୍ୟରେ ପ୍ରାୟ ୩୫୦ ଘରୋଇ କଲେଜ ପ୍ରତିଷ୍ଠା ହୋଇଥିବା ବେଳେ ଏଥିରେ ପ୍ରାୟ ୫୫୦୦ ଅଧ୍ୟାପକ ଓ କର୍ମଚାରୀ କାମ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking