28.1 C
Bhubaneswar
Saturday, July 27, 2024
Homeଓଡିଶାପାରିବାରିକ କଳହର କରୁଣ ପରିଣତି, ୨ ବର୍ଷର ଝିଅକୁ ବିଷ ଦେଇ ନିଜେ ବିଷ ପିଇଦେଲା...

ପାରିବାରିକ କଳହର କରୁଣ ପରିଣତି, ୨ ବର୍ଷର ଝିଅକୁ ବିଷ ଦେଇ ନିଜେ ବିଷ ପିଇଦେଲା ମା’

ଭଞ୍ଜନଗର: ପାରିବାରିକ କଳହର କରୁଣ ପରିଣତି। ୨ ବର୍ଷର ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମାଆ। ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଘଟିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ପୋଚାଲୁଣ୍ଡି ଗ୍ରାମରେ। ସୂଚନା ଅନୁଯାୟୀ, ପୋଚାଲୁଣ୍ଡି ଗ୍ରାମର କୃଷ୍ଣ ବିଶୋୟୀଙ୍କ ପତ୍ନୀ ସୁଜ୍ଞାନୀ ବିଶୋୟୀ (୨୫ ବର୍ଷ) ରବିବାର ରାତିରେ ଖାଇପିଇ ନିଜ ୨ ବର୍ଷର ଝିଅ ସହ ଶୋଇବାକୁ ଯାଇଥିଲେ। ରାତି ୨ଟାରେ ହଠାତ୍ ସୁଜ୍ଞାନୀ ବିଶୋୟୀ ବାରମ୍ବାର ବାନ୍ତି କରିବା ଦେଖି ପରିବାର ଲୋକମାନେ ତାଙ୍କୁ କଣ ହୋଇଛି ବୋଲି ପଚାରିଥିଲେ।

ସେ ଝିଅ ନିଶା ବିଶୋୟୀଙ୍କୁ ପ୍ରଥମେ ବିଷ ପିଆଇବା ପରେ ନିଜେ ବିଷ ଖାଇ ଦେଇଥିବା ନେଇ ସ୍ବାମୀ କୃଷ୍ଣଙ୍କୁ କହିଥିଲେ। ପରେ ଉଭୟ ମାଆ ଓ ଝିଅଙ୍କୁ ଗୁରୁତର ଅବସ୍ଥାରେ ରାତି ୨ଟାରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ଝିଅକୁ ମୃତ ଘୋଷଣା କରିଥିଲେ। ପରେ ଗୁରୁତର ମାଆକୁ ଏଠାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ତେବେ ବାଟରେ ତାଙ୍କର ଅବସ୍ଥା ଅଧିକ ଖରାପ ହେବାରୁ ସୁଜ୍ଞାନୀଙ୍କୁ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ସୁଜ୍ଞାନୀଙ୍କୁ ମୃତ ଘୋଷଣା କରିଥିଲେ। ଏଭଳି ଘଟଣା ଜଣାପଡ଼ିବା ପରେ ସଂପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। କେଉଁ କାରଣରୁ ଉଭୟ ମାଆ ଓ ଝିଅ ବିଷ ଖାଇଲେ ତାହା ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ପାରିବାରିକ ଅଶାନ୍ତିରୁ ଏଭଳି ଅଭାବନୀୟ ଘଟଣା ଘଟିଥିବା ଆଲୋଚନା ହେଉଛି। ତେବେ ପୁଲିସର ତଦନ୍ତ ପରେ ଘଟଣାର ବାସ୍ତବ ସତ ପଦାକୁ ଆସିବା ଆଶା କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking