27.1 C
Bhubaneswar
Thursday, February 29, 2024
Homeଅପରାଧକର୍ଣ୍ଣାଟକରେ ଗଞ୍ଜେଇ ଚାଷ କରି ୩ ଡାକ୍ତରୀ ଛାତ୍ର ଗିରଫ

କର୍ଣ୍ଣାଟକରେ ଗଞ୍ଜେଇ ଚାଷ କରି ୩ ଡାକ୍ତରୀ ଛାତ୍ର ଗିରଫ

ବେଙ୍ଗାଲୁରୁ: କର୍ଣ୍ଣାଟକର ଶିବମୋଗା ଜିଲ୍ଲାରେ ଗଞ୍ଜେଇ ଚାଷ ସହିତ ବିକ୍ରି କରିବା ଅଭିଯୋଗରେ ଏକ ଘରୋଇ ମେଡିକାଲ କଲେଜର ୩ ଜଣ ଡାକ୍ତରୀ ଛାତ୍ର ଗିରଫ ହୋଇଛନ୍ତି। ୩ ଅଭିଯୁକ୍ତ ଛାତ୍ରମାନେ ହେଲେ ବିଘ୍ନରାଜ, ପାଣ୍ଡିଦୁରାଇ ଏବଂ ବିନୋଦ କୁମାର। ନାର୍କୋଟିକ୍ସ ଆଇନ ଏବଂ ଆଇପିସିର ବିଭିନ୍ନ ଧାରାରେ ସେମାନଙ୍କ ନାମରେ ପୁଲିସ ମାମଲା ରୁଜୁ କରିଛି। ପୁଲିସର କହିବାନୁଯାୟୀ, ବିଘ୍ନରାଜ ତା’ର ଘରେ ହାଇଟେକ୍ ଉପାୟରେ ଗଞ୍ଜେଇ ଚାଷ କରୁଥିଲା। ତାହାକୁ ସେ ଅନ୍ୟ କଲେଜ ଛାତ୍ରଙ୍କୁ ବିକ୍ରି କରୁଥିଲା। ଶିବ‌ମୋଗା ଗ୍ରାମୀଣ ଥାନାରେ ମାମଲା ରୁଜୁ ହୋଇଛି ବୋଲି ଶିବମୋଗା ଏସ୍‌ପି ଜିକେ ମିଥୁନ କୁମାର କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking