ଭୁବନେଶ୍ୱର: ଗୋବିନ୍ଦ ସାହୁ ହତ୍ୟା ମାମଲାରେ ଖାନତଲାଶ କରୁଛି କ୍ରାଇମବ୍ରାଞ୍ଚ । ତଦନ୍ତ କରିବା ସମୟରେ କ୍ରାଇମବ୍ରାଞ୍ଚ ଟିମ୍ ଆଜି କଣ୍ଟାବାଞ୍ଜି ଜେଲରେ ପହଞ୍ଚିଛି । ଜେଲରେ ଗୋବିନ୍ଦ ମୃତ୍ୟୁର ସିନ ରିକ୍ରିଏସନ କରାଯାଇଥିବା ଜାଣିବାକୁ ମିଳିଛି । ଜଣେ ଡମି ସହ ଆତ୍ମହତ୍ୟାର ସିନ ରିକ୍ରିଏସନ କରିଛି କ୍ରାଇବ୍ରାଞ୍ଚର ସ୍ୱତନ୍ତ୍ର ସ୍କ୍ୱାର୍ଡ ।
ଗୋବିନ୍ଦ ଶରୀର ଅନୁସାରେ ସମାନ ଉଚ୍ଚତା ଏବଂ ସମାନ ଓଜନ ବିଶିଷ୍ଟ ଏକ ଲୋକଙ୍କୁ ନେଇ ତଦନ୍ତକାରୀ ଟିମ୍ ଏହି ସିନ ରିକ୍ରିଏସନ କରିଛି । ସେହିପରି ସମାନ ଧରଣର ଏକ କାଠଗଣ୍ଡି ଏବଂ ଗାମୁଛା ମଧ୍ୟ ଏଥିରେ ବ୍ୟବହାର କରିଛି କ୍ରାଇମବ୍ରାଞ୍ଚ । ଏହାପରେ ଗୋବିନ୍ଦ ପୋଷ୍ଟମର୍ଟମର ଭିଡିଓ ଏବଂ ଫଟୋ ପୋଲିସ ନିକଟରୁ କ୍ରାଇମବ୍ରାଞ୍ଚ ସଂଗ୍ରହ କରିଥିବା ଜଣାଯାଇଛି ।