ଭୁବନେଶ୍ୱର : ଏଏନଏମଙ୍କ ପାଇଁ ଖୁସି ଖବର । ଆନ୍ଦୋଳନରତ ଏଏନଏମଙ୍କୁ ଯୋଗ୍ୟତା ଭିତ୍ତିରେ ମିଳିବ ନିଯୁକ୍ତି । ଆଜି ବିଧାନସଭା ଗୃହରେ ଏଏନଏମଙ୍କୁ ନିଯୁକ୍ତି ନେଇ ବିବୃତ୍ତି ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ମନ୍ତ୍ରୀ କହିଛନ୍ତି କୋରୋନା ମହାମାରୀକୁ ଦୃଷ୍ଟି ରଖି ସର୍ତ୍ତମୂଳକ ନିଯୁକ୍ତି ଦିଆଯାଇଥିଲା । ବର୍ତ୍ତମାନ ସରକାର ଆନ୍ଦୋଳନରତ ଏଏନଏମଙ୍କୁ ନେଇ ଖୁବଶୀଘ୍ର କିଛି ନିଷ୍ପତ୍ତି ନେବେ । ଏବେ ରାଜ୍ୟରେ ୧୦୯୯ ଏଏନଏମ ପଦବୀ ଖାଲି ପଡିଛି । ସୂଚନାଯୋଗ୍ୟ ଯେ, ମହାମାରୀକୁ ଦୃଷ୍ଟିରେ ରଖି ଏଏନଏମଙ୍କୁ ସର୍ତ୍ତମୂଳକ ନିଯୁକ୍ତି ପ୍ରଦାନ କରାଯାଇଥିଲା । ସରକାର ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ନ କରିବାରୁ ସମସ୍ତ ଏଏନଏମ ଦୀର୍ଘଦିନ ଧରି ଆନ୍ଦୋଳନ କରିଆସୁଥିଲେ । ଅନ୍ୟପଟେ , ମଣ୍ଡି ସମସ୍ୟାକୁ ନେଇ ଗୃହ ମଧ୍ୟ ଭାଗରେ ଧାରଣାରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । କହିଛନ୍ତି, ଖୁବଶୀଘ୍ର ସରକାର ମଣ୍ଡି ସମସ୍ୟା ଦୂର କରନ୍ତୁ । ଏନେଇ ମନ୍ତ୍ରୀ ଗୃହରେ ବିବୃତ୍ତି ରଖନ୍ତୁ ବୋଲି ଦାବି କରିଛନ୍ତି ନରସିଂହ ।