32.1 C
Bhubaneswar
Thursday, March 28, 2024
Homeଓଡିଶାପିଲାଙ୍କୁ ସ୍କୁଲ ଆଣିବାକୁ ସରକାରଙ୍କ ସ୍ୱତନ୍ତ୍ର ପଦକ୍ଷେପ

ପିଲାଙ୍କୁ ସ୍କୁଲ ଆଣିବାକୁ ସରକାରଙ୍କ ସ୍ୱତନ୍ତ୍ର ପଦକ୍ଷେପ

ଭୁବନେଶ୍ୱର: ପିଲାଙ୍କୁ ସ୍କୁଲ ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ​‌ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଏନେଇ ସମସ୍ତ ଜିଲ୍ଳାପାଳଙ୍କୁ ଚିଠି ଲେଖିଥିବା ବେଳେ ଗତ ଦୁଇବର୍ଷ ହେଲା କରୋନା ଯୋଗୁ ପିଲାଙ୍କ ପାଠପଢ଼ା ନଷ୍ଟ ହୋଇଛି । ବର୍ତ୍ତମାନ କରୋନା ସ୍ଥିତି ନିୟନ୍ତ୍ରଣ ହୋଇଥିବାରୁ ସ୍କୁଲ ଗୁଡ଼କ ଖୋଲିଛି । ହେଲେ ରିପୋର୍ଟ ଅନୁସାରେ ସ୍କୁଲକୁ ୭୦ ପ୍ରତିଶତ ପିଲା ଆସୁଛନ୍ତି । ଅନ୍ୟ ୩୦% ପିଲା ସ୍କୁଲକୁ ଆସୁନାହାନ୍ତି ।

ତେଣୁ ପିଲାମାନଙ୍କୁ ସ୍କୁଲକୁ ଆଣିବାକୁ ଜିଲ୍ଲସ୍ତରରୁ ଉଦ୍ୟମ ଆରମ୍ଭ କରିବାକୁ ସଚିବ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତାହାଛଡ଼ା ବୌଦ୍ଧ, ସମ୍ବଲପୁର, ମାଲକାନଗିରି, ଗଜପତି ଓ ନୂଆପଡ଼ା ଜିଲ୍ଲାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ଉପସ୍ଥାନ ରାଜ୍ୟର ଉପସ୍ଥାନ ହାର ତୁଳନାରେ କମ୍ ରହିଛି । ପିଲାମାନେ କାହିଁକି ସ୍କୁଲକୁ ଆସୁନାହାନ୍ତି ? କ’ଣ ଅସୁବିଧା ରହିଛି ? ଏ ସମ୍ପର୍କରେ ସମସ୍ତ ତଥ୍ୟ ଜାଣିବାକୁ କୁହାଯାଇଛି । ପିଲାମାନଙ୍କ ପାଠପଢ଼ାକୁ ନେଇ କନିଷ୍ଠ ଶିକ୍ଷକ ମାନେ ଘରଘର ବୁଲି ଅଭିଭାବକଙ୍କୁ ବୁଝାଇବା ସହ ପିଲାଙ୍କୁ ମଧ୍ୟ ବୁଝାଇବାକୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking