20.1 C
Bhubaneswar
Thursday, January 23, 2025
Homeଦେଶ ବିଦେଶଭାରତରେ ବିକ୍ରି ହେଉଥିବା ଔଷଧ ପାଇଁ ବାର୍ କୋଡ୍ ବାଧ୍ୟତାମୂଳକ କଲେ ସରକାର

ଭାରତରେ ବିକ୍ରି ହେଉଥିବା ଔଷଧ ପାଇଁ ବାର୍ କୋଡ୍ ବାଧ୍ୟତାମୂଳକ କଲେ ସରକାର

ନୂଆଦିଲ୍ଲୀ: ଦେଶରେ ବିକ୍ରି ହେଉଥିବା ଔଷଧରେ ବାର୍ କୋଡ୍ ରହିବା ବାଧ୍ୟତାମୂଳକ କରିଛନ୍ତି ସରକାର । ଦେଶ ମଧ୍ୟରେ ବିକ୍ରି ହେଉଥିବା ଔଷଧ ଉପରେ ବାରକୋଡ୍ କରିବା ପାଇଁ ଭାରତର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କାର୍ଯ୍ୟସୂଚୀ ଏଚ୍‌-୨ କୁ ଆପଣାଇଛନ୍ତି । ଔଷଧର ଉତ୍ପାଦନ, ପ୍ରାମାଣିକତା, ଯୋଗାଣ ଏବଂ ଏହାକୁ ଟ୍ରାକ୍ କରିବା ପାଇଁ ସରକାର ଏହି ନିଷ୍ପତି ନେଇଛନ୍ତି ।

ସରକାରଙ୍କ ଏହି ନିଷ୍ପତି ୧ ଅଗଷ୍ଟ ୨୦୨୩ରୁ କାର୍ଯ୍ୟକାରୀ ହେବ । ଏହା କୌଣସି ଔଷଧର ଆଧାର କାର୍ଡ ରୂପେ କାର୍ଯ୍ୟ କରିବ । ଏହି ଯୋଜନା ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଦେଶର ଔଷଧ ଦୋକାନ ଗୁଡିକରେ ଏହି ପଦକ୍ଷେପକୁ ପ୍ରୋତ୍ସାହନ ଦିଆଯିବ ବୋଲି ମିଡିଆ ରିପୋର୍ଟରେ କୁହାଯାଇଛି । ଆଲେଗ୍ରା, ଡୋଲୋ, ଅଗମେଣ୍ଟିନ୍‌, ସରିଡନ୍‌, କାଲପୋଲ୍‌, ଏବଂ ଥାଇରୋନମ୍ ପରି ସର୍ବାଧିକ ବିକ୍ରି ହେଉଥିବା ଔଷଧ ୩୦୦ ବ୍ରାଣ୍ଡ ମଧ୍ୟରେ ଅଛି ଯାହା ବଜାରରେ ବାରକୋଡ୍ ସହିତ ନୂଆ ପ୍ୟାକେଟ୍ ବଜାରକୁ ଆସିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking