37.1 C
Bhubaneswar
Monday, May 20, 2024
Homeଓଡିଶାଜିବି ନଗର ବ୍ଲକ ପ୍ରେସ କ୍ଳବ୍ ର ଦ୍ଵିତୀୟ ବାର୍ଷିକ ଉତ୍ସବ, ଗଣମାଧ୍ୟମ ବିନା ସମାଜର...

ଜିବି ନଗର ବ୍ଲକ ପ୍ରେସ କ୍ଳବ୍ ର ଦ୍ଵିତୀୟ ବାର୍ଷିକ ଉତ୍ସବ, ଗଣମାଧ୍ୟମ ବିନା ସମାଜର ସଚେତନତା ଅସମ୍ଭବ

 

ମୟୂରଭଞ୍ଜ : ଗୋପବନ୍ଧୁ ନଗର ବ୍ଲକ ପ୍ରେସ କ୍ଳବ୍ ର ଦ୍ଵିତୀୟ ବାର୍ଷିକ ଉତ୍ସବ ପୁରୁଣା ଵାରିପଦା ପଞ୍ଚାୟତର ବୈଠକ ଗୃହରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରେସ କ୍ଳବ୍ ର ସଭାପତି ନିମାଇଁ ପ୍ରସାଦ ଦାଶ କଂ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସାରସ୍ବତ କନିଷ୍ଠ ମହାବିଦ୍ୟାଳୟ ର ଅବସର ପ୍ରାପ୍ତ ଅଧ୍ୟକ୍ଷ ଗୋପିନାଥ ପଣ୍ଡା ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଉଦ୍ଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଉଦଳା ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶଚନ୍ଦ୍ର ନାୟକ, ବିଶିଷ୍ଟ ଅତିଥି ଗୋପବନ୍ଧୁ ନଗର ବ୍ଲକ ଅଧ୍ୟକ୍ଷ ସୁକେଶ୍ବର ମଢେଇ, ସ୍ବତନ୍ତ୍ର ଅତିଥି ସାମ୍ବାଦିକ ଡକ୍ଟର ବିଜୟ ଅଗ୍ରୱାଲା, ସମ୍ମାନିତ ଅତିଥି ଭାବେ ମୟୂରଭଂଜ ଜିଲ୍ଲା ସାମ୍ବାଦିକ ସଂଘ ର ସଭାପତି ଅରୁଣ କୁମାର ଓତା, ବରିଷ୍ଠ ପରିବେଶ ବିତ୍ ସନ୍ତୋଷ କୁମାର ମହାନ୍ତି, ଗୋପବନ୍ଧୁ ନଗର ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ମହାରଣା ଓ ଯୁବ ନେତା କମଳାକାନ୍ତ ଚୌଧୁରୀ ଯୋଗ ଦେଇଥିଲେ। ଗଣ ମାଧ୍ୟମ ବିନା ସମାଜର ସଚେତନତା ଅସମ୍ଭବ ବୋଲି କହିବା ସହ ସାମ୍ବାଦିକ ମାନେ କର୍ତବ୍ୟବୋଧ ଓ ନିରପେକ୍ଷତା ହେବା ସହ ତଥ୍ୟ ଭିତ୍ତିକ ସମ୍ବାଦ ପରିବେଷଣ କରିବା ଉଚିତ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। କ୍ଲବର ସଂପାଦକ ଡକ୍ଟର କୁମାର ବାବୁଲି ବାର୍ଷିକ ବିବରଣୀ ପାଠ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସାମ୍ବାଦିକ କ୍ଷେତ୍ରରେ ଉଲ୍ଲେଖନୀୟ ଓ ନିରପେକ୍ଷ ସମ୍ବାଦ ପରିବେଷଣ ପାଇଁ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ଅଗ୍ରୱାଲା କୁଂ ପ୍ରେସ କ୍ଳବ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ସବରେ ଉଦଳା ଉପଖଣ୍ଡ ଓ ବିଭିନ୍ନ ଅଞ୍ଚଳରୁ ସାମ୍ବାଦିକ ମାନେ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ପ୍ରେସ କ୍ଳବ୍ ର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶିକ୍ଷକ ବଙ୍କିମ ଚନ୍ଦ୍ର ବାରିକ ଅତିଥି ପରିଚୟ ଓ ମଂଚ ପରିଚାଳନା କରିଥିଲେ।

ମୟୂରଭଞ୍ଜ ବଡ଼ସାହିରୁ ସୂର୍ଯ୍ୟକାନ୍ତି ରାଉତଙ୍କ ରିପୋଟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking