32.1 C
Bhubaneswar
Monday, May 20, 2024
Homeବିଜିନେସ୍ବିନା ନୋଟିସରେ ଦମ୍ପତିଙ୍କୁ ନିଲମ୍ୱିତ କଲା ଗୁଗଲ୍‌

ବିନା ନୋଟିସରେ ଦମ୍ପତିଙ୍କୁ ନିଲମ୍ୱିତ କଲା ଗୁଗଲ୍‌

ନୂଆ ଦିଲ୍ଲୀ : ଗୁଗଲରୁ ବହିଷ୍କାର ହେଲେ ଦମ୍ପତି । ମହିଳା ଜଣକ ୬ ବର୍ଷ ଧରି କମ୍ପାନୀରେ କାମ କରିଆସୁଥିବା ବେଳେ ତାଙ୍କ ସ୍ୱାମୀ ଗତ ୨ ବର୍ଷ ହେବ ସେଠାରେ ଚାକିରି କରିଥିଲେ । ଏପରିକି ୧୦ ବର୍ଷ ଧରି ଗୁଗଲ କମ୍ପାନୀରେ କାମ କରିଆସୁଥିବା ବ୍ୟକ୍ତଙ୍କୁ ମଧ୍ୟ ଗୁଗଲ ନିଲମ୍ୱିତ କରିଛି । ନିକଟରେ ଗୁଗଲ ନିଜର ୧୨ ହଜାର କର୍ମଚାରୀଙ୍କୁ ନିଲମ୍ୱିତ କରିଥିବା ଜଣାପଡ଼ିଛି । ଏମାନଙ୍କ ଭିତରେ ରହିଛନ୍ତି ଏକ ଦମ୍ପତି । ଯାହାଙ୍କର ୪ ମାସର ଛୁଆ ମଧ୍ୟ ରହିଛି । ଦରକାର ସମୟରେ କମ୍ପାନୀ ତାଙ୍କୁ ଚାକିରି ବାହାର କରିଥିବା ଜଣାପଡ଼ିଛି । ତେବେ ବିନା ନୋଟିସରେ ଗୁଗଲ ଏମାନଙ୍କୁ ନିଲମ୍ୱିତ କରିଥିବା ସୂଚନା । ଏନେଇ ମେଲ୍ ମାଧ୍ୟମରେ ଉଭୟଙ୍କୁ ଜଣାଇଥିଲା ଗୁଗଲ ।

ତେବେ କମ୍ପାନୀ ଏତେ ପରିମାଣର କର୍ମଚାରୀଙ୍କୁ ଛଟେଇ କରିବାର କାରଣ କ’ଣ । ରିପୋର୍ଟ ଅନୁସାରେ, ଏହାର ମୁଖ୍ୟ ଉଦ୍ଦେଶ୍ୟ କମ୍ପାନୀର ଉନ୍ନତି । ନିଜର ଆର୍ôଥକ ଅବନତି ଓ ଖର୍ଚ୍ଚ ସଞ୍ଚୟ କରିବା ପାଇଁ ମେଟା ଓ ମାଇକ୍ରୋସଫ୍ଟ ଭଳି ବଡ଼ ବଡ଼ କମ୍ପାନୀ ମଧ୍ୟ ଅନେକ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ୱିତ କରୁଥିବା ଜଣାପଡ଼ିଛି । ପ୍ରଭାବିତ କର୍ମଚାରୀଙ୍କୁ ଏକ ପୃଥକ ପ୍ୟାକେଜ୍ ଦିଆଯିବ, ଯେଉଁଥିରେ ୧୬ ସପ୍ତାହ ଦରମା ସହ ଗୁଗୁଲରେ ଅଧିକ ବର୍ଷ ପାଇଁ ଦୁଇ ସପ୍ତାହ ଏବଂ ଅତି କମରେ ୧୬ ସପ୍ତାହ ଜିଏସୟୁ ନ୍ୟସ୍ତ କରାଯିବ । ଏନେଇ ଗୁଗୁଲ ସିଇଓ ସୁନ୍ଦର ପିଚାଇ ଏକ ବ୍ଲଗରେ ଘୋଷଣା କରିଛନ୍ତି । ୨୦୨୨ର ବୋନସ୍ ଏବଂ ଅବଶିଷ୍ଟ ଛୁଟି ସମୟ ମଧ୍ୟ ପ୍ରଦାନ କରାଯିବ । ଅନ୍ୟାନ୍ୟ ସୁବିଧାରେ ୬ ମାସର ସ୍ୱାସ୍ଥ୍ୟସେବା ଓ ଇମିଗ୍ରେସନ ସହାୟତା ମଧ୍ୟ ଅନ୍ତର୍ଭୁକ୍ତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking