ଭୋଗରାଇ : ଲଗାଣ ବର୍ଷାରେ ଫୁଲୁଛି ସୁବର୍ଣ୍ଣରେଖା ନଦୀ । ମଙ୍ଗଳବାର ରାତିରେ ହୋଇଥିବା ବର୍ଷା କାରଣରୁ ସୁବର୍ଣ୍ଣରେଖା ନଦୀରେ ବିପଦ ସଂକେତ ୧୧.୫୨ ଟପି ଜଳ ପ୍ରବାହିତ ହେଉଛି । ନଦୀରେ ପାଣି ବଢିବା ପରେ ଟାପୁ ଭିତରେ ଥିବା ଲୋକଙ୍କ ଘରେ ପାଣି ପଶିଛି । ପୂର୍ବକୁଲ୍ହା ଗ୍ରାମର ପାଖାପାଖି ୫୦ ରୁ ଅଧିକ ପରିବାର ଭୁଆ ବନ୍ଧ ଉପରେ ଆଶ୍ରୟ ନେଉଛନ୍ତି । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ କୁମ୍ଭୀରଗଡ଼ି ପଞ୍ଚାୟତର ପୂର୍ବକୁଲ୍ହା ଗ୍ରାମରେ ଏଭଳି ଘଟଣା ଘଟିଛି । ଲଗାଣ ବର୍ଷା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏହି କାରଣରୁ ବିଚ୍ଛିନ୍ନ ହୋଇଥିବା ପରିବାର ଲୋକେ ଏବେ ରାସ୍ତା ଉପରେ ।ମଙ୍ଗଳବାର ରାତିରେ ସୁବର୍ଣ୍ଣରେଖା ନଦୀରେ ପାଣି ବଢିବା ପରେ ଟାପୁ ଭିତରେ ଥିବା ଲୋକଙ୍କ ଘରେ ପାଣି ପଶି ଯାଇଛି । ସେଥିପାଇଁ ରାତାରାତି ପିଲା ଛୁଆଙ୍କୁ ନେଇ ଭୁଆ ବନ୍ଧ ଉପରକୁ ଉଠି ଆସିଛନ୍ତି ଗାଁ ଲୋକେ । ପୂର୍ବକୁଲ୍ହା ଗ୍ରାମର ପାଖାପାଖି ୫୦ ରୁ ଅଧିକ ପରିବାର ଏବେ ବନ୍ଧ ଉପରେ ଆଶ୍ରୟ ନେଉଛନ୍ତି ।