29.1 C
Bhubaneswar
Saturday, May 11, 2024
Homeଦେଶ ବିଦେଶସୁନାରେ ତିଆରି ହୋଇଛି ହୋଟେଲ

ସୁନାରେ ତିଆରି ହୋଇଛି ହୋଟେଲ

ନୂଆଦିଲ୍ଲୀ : ସୁନାକୁ ନେଇ ଅନେକଙ୍କ ମଧ୍ୟରେ ଦୁର୍ବଳତା ରହିଥାଏ । ସବୁବେଳେ ସାଧାରଣତଃ ଲୋକମାନେ ସୁନା କିଣିବା ପାଇଁ ପସନ୍ଦ କରିଥାନ୍ତି ଏବଂ ସେହି ସୁନା କୁ ସାଇତି ରଖିଥାନ୍ତି । ଅନେକ ଡିମାଣ୍ଡ ଥିଲେ ମଧ୍ୟ ଆଜି ବି ସୁନାର ରେଟ ଅଧିକ । ତେବେ ଆପଣ ମାନେ ସୁନା ଗହଣା ବହୁତ ମୂଲ୍ୟ ଦେଇ କିଣି ଥାନ୍ତି । କିନ୍ତୁ ଏବେ ଏକ ହୋଟେଲ କୁ ନେଇ ଚର୍ଚ୍ଚା କରାଯାଉଛି । ଏବଂ ଏହି ଚର୍ଚ୍ଚାର କାରଣ ହେଉଛି ହୋଟେଲଟି ନିର୍ମାଣ ହୋଇଛି ସୁନାରେ । ଏବଂ ଖୁବ ଚମତ୍କାର ମଧ୍ୟ ଦେଖାଯାଉଛି । ତେବେ ଏହି ହୋଟେଲରେ ରହିବା ପାଇଁ ମଧ୍ୟ ଲୋକଙ୍କ ମଧ୍ୟରେ ଖୁବ ଉତ୍ସାହ ଓ ଆଗ୍ରହ । ସୁନାର ହୋଟେଲକୁ ନେଇ ଚର୍ଚ୍ଚା । ଯାହାକୁ ବନାଯାଇଛି ସୁନାରେ । ହୋଟେଲରେ ଥିବା ବାକ୍ସ ସିଙ୍କ ଟଏଲେଟ ଏପରିକି କାଚ ଫ୍ରେମରେ ମଧ୍ୟ ସୁନାର କରାଯାଇଛି ବ୍ୟବହାର । ଏହି ହୋଟେଲ ର ରେଷ୍ଟୁରାଣ୍ଟ , ଫିଟନେସ ସେଣ୍ଟର, ବାର୍ , ଲଜ୍ ପରି ସବୁ ସୁବିଧା ଉପଲବ୍ଧ । ଏହି ୫ଷ୍ଟାର ହୋଟଲକୁ ପୁରା ପୁରି ସହରର ଶାନଦାର ନଜାରା ଏହି ହୋଟେଲରୁ ଦେଖିବାକୁ ମିଳିଥାଏ । ଭିଏତନାମାର ରାଜଧାନୀ ହନୋଇ ରେ ବନାଯାଇଥିବା ଏହି ହୋଟେଲ ଖୁବ ଚର୍ଚ୍ଚା ରେ । କାରଣ ଏହା ପୁରାପୁରି ଭାବେ ସୁନାରେ ପ୍ରସ୍ତୁତ କରାଯାଇଛି । ଏହି ହୋଟେଲରେ ଥିବା ଟଏଲେଟ ମଧ୍ୟ ସୁନାରେ ପ୍ରସ୍ତୁତ । ଏଥିରେ ଥିବା ବାଥ ଟପ୍ କାନ୍ଥ ମଧ୍ୟ ସୁନାରେ ନିର୍ମାଣ କରାଯାଇଛି । ଏହି ହୋଟେଲରେ ଥିବା ରୁମର ବୁକିଂ ୯ ହଜାର ଟଙ୍କାରୁ ଆରମ୍ଭ । ଏହି ହୋଟେଲ ଭିଏତନାମାର ରାଜଧାନୀ ହନୋଇର ଉତ୍ତରରେ ଅବସ୍ଥିତ । ଏହି ହୋଟେଲ ରେ ଯେଉଁ ବ୍ୟକ୍ତି ରହିଥାନ୍ତି ସେନିଜକୁ ଖୁବ ଖାସ ମନେ କରିଥାନ୍ତି । ଏହି ୫ ଷ୍ଟାର ହୋଟେଲରେ ରହିଲେ ପୁରା ସହରର ନଜାରା ଆପଣଙ୍କୁ ଦେଖିବାକୁ ମିଳିବ । ଡେଲି ଷ୍ଟାରର ରିପୋର୍ଟ ଅନୁସାରେ ଏହି ହୋଟେଲରେ ରେଷ୍ଟୁରାଣ୍ଟ ବାର ଫିଟନେଓ ସେଣ୍ଟର , ବିଜନେସ ସେଣ୍ଟର ପରି ଅତ୍ୟାଧୁନିକ ସେବା ଉପଲବ୍ଧ ରହୁଛି । ଏହା ସହିତ ୨୪ ଘଣ୍ଟା ରୁମ ସର୍ଭିସ ର ସୁବିଧା ମଧ୍ୟ ମିଳୁଛି । ଏହି ହୋଟେଲରେ ଯେଉଁ କର୍ମଚାରୀ ଅଛନ୍ତି ସେମାନେ ୬ ପ୍ରକାରର ଭାଷା ମଧ୍ୟ କହିପାରୁଛନ୍ତି । ହନୋଇ ସାଉଥ ବ୍ୱେଷ୍ଟ ଏସିଆନ ଦେଶର ସବୁଠୁ ବଡ ସହର ଅଟେ । ଏଠାକାର ପ୍ରାକୃତିକ ସୈାନ୍ଦର୍ଯ୍ୟ ଖୁବ ଚମତ୍କାର ଅଟେ । ସହରରେ ଅନେକ ମନ୍ଦିର ମଧ୍ୟ ମହଜୁଦ ରହୁୁଛି । ଆଧ୍ୟାତ୍ମିୟ ଓ ଇତିହାସକୁ ପସନ୍ଦ କରୁଥିବା ଟୁରିଷ୍ଟ ଏହି ସହରକୁ ଖୁବ ପସନ୍ଦ କରିଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking