25.8 C
Bhubaneswar
Saturday, July 27, 2024
Homeଦେଶ ବିଦେଶକାର୍ ଭିତରେ ବରକୁ ପଟିଲା କନ୍ୟା, ଭାଇରାଲ ହେଉଛି ଭିଡିଓ....

କାର୍ ଭିତରେ ବରକୁ ପଟିଲା କନ୍ୟା, ଭାଇରାଲ ହେଉଛି ଭିଡିଓ….

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏକ କାର ଫୁଲରେ ସଜା ହୋଇଛି । ଆଉ ଏହା ଭିତରେ ବର ବସିଥିବା ବେଳେ କନ୍ୟା ବାପ ଘରୁ ବିଦା ହୋଇ ଶାଶୂଘରକୁ ଯିବା ପାଇଁ ଗାଡ଼ିରେ ବସିଛନ୍ତି । ଏହି ସମୟରେ କାର ଭିତରେ ବର ଓ ବଧୂ ବସି କଥା ହେଉଛନ୍ତି । ହଠାତ କେହି କିଛି ବୁଝିବା ପୂର୍ବରୁ କନ୍ୟା ରାଗି ଯାଇ ବରଙ୍କ ମୁହଁଙ୍କୁ ମୁଥା ମାରୁଥିବା ଏଥିରେ ଦେଖିବାକୁ ମିଳୁଛି । ବର କନ୍ୟାଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିଲେ ହେଁ ସେ କିଛି ଶୁଣି ନଥିଲେ । କିଛି ସମୟ ଚୁପ ରହିବା ପରେ ପୁଣିଥରେ ସେ ବରଙ୍କୁ ମାଡ଼ ମାରିବା ଆରମ୍ଭ କରି ଦେଉଛନ୍ତି । ତେବେ କନ୍ୟା ଜଣକ କିଛି ସମୟ ପୂର୍ବରୁ ବାହା ହୋଇଥିବା ବରଙ୍କୁ ଏଭଳି ଭାବେ କାହିଁକି ମାରିଥିଲେ ତାହା ଜଣାପଡ଼ି ନାହିଁ । ଏହି ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ‘ବିଚରା ବର । ଏବେ ଠାରୁ ଯଦି ୟାଙ୍କର ଏମିତି ଅବସ୍ଥା ହେଲାଣି ଭବିଷ୍ୟତ କ’ଣ ହେବ ଥରେ ଚିନ୍ତା କରି ଦେଖନ୍ତୁ ।

https://www.instagram.com/reel/CTrHPHSpFRp/?utm_source=ig_web_button_share_sheet

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking