ହାଇଦ୍ରାବାଦ: ତେଲେଙ୍ଗାନାରୁ ପୁଣି ଥରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ତେଲେଙ୍ଗାନାର ନିଜାମାବାଦରେ ଖାଲି ପଡିଥିବା ମେଡିକାଲର ବିଲ୍ଡିଂରେ ୨୦ ବର୍ଷୀୟା ଯୁବତୀଙ୍କ ସହ ଗଣଦୁଷ୍କର୍ମ ହୋଇଛି । ପୋଲିସ ମତରେ ଛାତ୍ରୀଙ୍କ ଗଣଦୁଷ୍କର୍ମ ମାମଲାରେ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଲିଫ୍ଟ ଦେବା ବାହାନାରେ ସେମାନେ ଯୁବତୀଙ୍କ ସହ ଗଣଦୁଷ୍କର୍ମ କରିଥିବା ପୋଲିସ କହିଛି । ସୂଚନା ଅନୁଯାୟୀ, ପୋଲିସ ଦ୍ୱାରା ଗିରଫ ହୋଇଥିବା ୫ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ସାମୂହିକ ବଳାତ୍କାର ଓ ଏସସି-ଏସଟି ଅତ୍ୟାଚାର ନିବାରଣ ଅଧିନିୟମ ଅନୁସାରେ ମାମଲା ରୁଜୁ ହୋଇଛି । ଲିଫ୍ଟ ଦେବା ବାହାନାରେ ଜଣଙ୍କ ପରେ ଜଣେ ଅଭିଯୁକ୍ତ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିଲେ । ୩ ଅଭିଯୁକ୍ତ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ବେଳେ ଆଉ ୨ ଜଣ ଏଥିରେ ସହଯୋଗ କରିଥିଲେ । ଘଟଣାଟି ମଙ୍ଗଳବାର ରାତିରେ ଘଟିଥିଲା, ଯେବେ ଯୁବତୀ ଘରକୁ ଫେରିବା ପାଇଁ ଲିଫ୍ଟ ନେଇଥିଲେ । ଅଭିଯୁକ୍ତଙ୍କ ସାଥିରେ ଅନ୍ୟ ଜଣେ ଯୁବତୀଙ୍କ ସାଙ୍ଗ ଥିବା ପୋଲିସ କହିଛି । ଯୁବତୀ ତାଙ୍କ ସହିତ ବାଇକରେ ବସିବା ପରେ ବୁଲିବା ବାହାନାରେ ସେମାନେ ନିଜାମାବାଦ ଯାଇଥିଲେ । ଏହା ପରେ ସେମାନେ ଯୁବତୀଙ୍କୁ ଶୂନଶାନ୍ ମେଡିକାଲ ଭିତରକୁ ନେଇ ଜଣଙ୍କ ପରେ ଜଣେ ବଳାତ୍କାର କରିଥିଲେ । ଜଗୁଆଳର ରୁମରେ ଯୁବତୀଙ୍କ ସହିତ ବଳତ୍କାର କରିଥିଲେ ଦୁର୍ବୃତ୍ତ । ଏହି ମାମଲାରେ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି ବୋଲି ପୋଲିସ କହିଛି ।