29.1 C
Bhubaneswar
Friday, May 30, 2025
Homeଦେଶ ବିଦେଶବ୍ରିଟେନର ଫେମସ ମହିଳାଙ୍କୁ ହେଲା ୨୦ ବର୍ଷର ସଜା, ଯୈାନ ଶୋଷଣ ମାମଲାରେ ହେଲେ ଦୋଷୀ

ବ୍ରିଟେନର ଫେମସ ମହିଳାଙ୍କୁ ହେଲା ୨୦ ବର୍ଷର ସଜା, ଯୈାନ ଶୋଷଣ ମାମଲାରେ ହେଲେ ଦୋଷୀ

ନୂଆଦିଲ୍ଲୀ : ଯୌନ ଶୋଷଣ ମାମଲାରେ ଜେଫରୀ ଏପଷ୍ଟିନ ଙ୍କୁ ସାହାଯ୍ୟ କରିବା ଅଭିଯୋଗ ରେ ଗିସଲିନ ମ୍ୟାକ୍ସୱେଲ ଦୋଷୀ ସାବ୍ୟସ୍ତ । ନ୍ୟୁୟର୍କ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ମନହଟନ ସଂଘୀୟ ଅଦାଲତ ଏହି ଘୋଷଣା କରିଛନ୍ତି । ୬୦ ବର୍ଷିୟ ମ୍ୟକ୍ସୱେଲ ନିଜ ଶେଷ ସମୟ ଜେଲ ରେ ବିତାଇବେ । ଗିସଲିନ ମ୍ୟାକ୍ସୱେଲ ବ୍ରିଟେନ ର ଜଣେ ପ୍ରଭାବ ଶାଳୀ ମହିଳା । ସେ ରବର୍ଟ ମ୍ୟାକ୍ସୱେଲ ଙ୍କ କନ୍ୟା । ଯୈାନ ତସ୍କରୀ ଅଭିଯୋଗ ସହ ଅନ୍ୟ ୫ ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ନ୍ୟୁୟର୍କର ଦକ୍ଷିଣ ଜିଲ୍ଲା ରେ ରହୁଥିବା ଡାମିଆନ ୱିଲିୟମସ୍ କହିଛନ୍ତି ଯେ ଶିଶୁ ଙ୍କ ପ୍ରତି ଜଘନ୍ୟ ଅପରାଧ ପାଇଁ ଗିସଲିନ୍ ମ୍ୟାକ୍ସ ୱେଲ ଙ୍କୁ ଦଣ୍ଡିତ କରାଯାଇଛି । ସେ କହିଛନ୍ତି ଯେ ଆଇନ ଠାରୁ ଉର୍ଦ୍ଧରେ କେହି ନାହାନ୍ତି । ସୂଚନା ଅନୁଯାୟୀ ମ୍ୟାକ୍ସୱେଲ ଙ୍କୁ ୨୦୨୦ ରେ ଗିରଫ କରାଯାଇଥିଲା । ଏବଂ ସେବେଠାରୁ ସେ ଜେଲରେ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking