32.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଟିକ୍ରି ଓ ଘାଜିପୁରରୁ ଅବରୋଧ ଫାଟକ ହଟାଇଲା ଦିଲ୍ଲୀ ପୋଲିସ

ଟିକ୍ରି ଓ ଘାଜିପୁରରୁ ଅବରୋଧ ଫାଟକ ହଟାଇଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କର ତିନିଟି କୃଷି ଆଇନକୁ ବିରୋଧ କରି କୃଷକମାନେ ଆନ୍ଦୋଳନ ଚଳାଇଥିବା ଟିକ୍ରି ଓ ଘାଜିପୁର ସୀମାରୁ ଦିଲ୍ଲୀ ପୋଲିସ ଅବରୋଧ ଫାଟକ ହଟାଇବା ଆରମ୍ଭ କରିଛି । ସମସ୍ତ ରାସ୍ତା ପ୍ରତିରୋଧ ହଟିବା ପରେ ଉକ୍ତ ରାସ୍ତାକୁ ଉନ୍ମୁକ୍ତ କରିଦିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ପୋଲିସ ପକ୍ଷରୁ ଜେସିବି ମେସିନ ସହାୟତାରେ ସେଠାରେ ରଖାଯାଇଥିବା କଂକ୍ରିଟ ଅବରୋଧ ଏବଂ ଲୁହା ଅବରୋଧ ଫାଟକକୁ ହଟାଯାଉଛି । ସିଂଘୁ ସୀମାରୁ ମଧ୍ୟ ଅନୁରୂପ ଭାବରେ ଅବରୋଧ ହଟାଯିବ । ଟିକ୍ରି ଓ ଘାଜିପୁରରେ ଅବରୋଧ ହଟାଯିବା ସମୟରେ ଉପସ୍ଥିତ ଥିବା ପୋଲିସ ଅଧିକାରୀ କହିଛନ୍ତି । ଦୀର୍ଘଦିନ ଧରି ସେଠାରେ ଅବରୋଧ ରହିବା ଦ୍ୱାରା ଜନସାଧାରଣଙ୍କ ଚଳାଚଳ ଗୁରୁତର ଭାବରେ ପ୍ରଭାବିତ ହୋଇଛି । ସମସ୍ତ ଅବରୋଧ ହଟାଯିବା ପରେ ଉକ୍ତ ରାସ୍ତାକୁ ଖୋଲି ଦିଆଯିବ । ଏହା ଉପରେ ପ୍ରତିକ୍ରିୟା ଦେଇ ଭାରତୀୟ କିଷାନ ୟୁନିୟନ (ବିକେୟୁ)ର ମୁଖପାତ୍ର ରାକେଶ ଟିକାୟତ କହିଛନ୍ତି, ରାସ୍ତା ଅବରୋଧ ସେମାନଙ୍କ ବିକ୍ଷୋଭର ଅଂଶବିଶେଷ ନୁହେଁ । ସେ ଆଉ ମଧ୍ୟ କହିଛନ୍ତି ଯେ ସେମାନଙ୍କ ଟ୍ରାକ୍ଟର ଦିଲ୍ଲୀ ମଧ୍ୟକୁ ପ୍ରବେଶ କରିବ ଏବଂ ସେମାନେ ନିଜର ଉତ୍ପାଦିତ ସାମଗ୍ରୀ ବିକ୍ରି କରିବାକୁ ସଂସଦକୁ ଯିବେ । କୃଷକମାନେ ଦେଶର ଯେକୌଣସି ସ୍ଥାନରେ ସେମାନଙ୍କ କୃଷି ଉତ୍ପାଦ ବିକ୍ରି କରିପାରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିବାରୁ ଏହି ରାସ୍ତା ଖୋଲିବା ପରେ ସେମାନେ ନିଜ ସାମଗ୍ରୀ ଧରି ସଂସଦରେ ପହଞ୍ଚିବ ବୋଲି ଟିକାୟତ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking