41.1 C
Bhubaneswar
Sunday, April 28, 2024
Homeବଲିଉଡଅରବାଜଙ୍କ ସହ ବ୍ରେକ ଅପ ନେଇ ମୁହଁ ଖୋଲିଲେ ଜର୍ଜିୟା

ଅରବାଜଙ୍କ ସହ ବ୍ରେକ ଅପ ନେଇ ମୁହଁ ଖୋଲିଲେ ଜର୍ଜିୟା

ମୁମ୍ବାଇ : ବଲିଉଡ ଅଭିନେତା ତଥା ସଲମାନ ଖାଁଙ୍କ ଭାଇ ଅରବାଜ ଖାଁଙ୍କ ବ୍ୟକ୍ତିଗତ ଜୀବନ ସର୍ବଦା ଚର୍ଚ୍ଚାରେ ରହି ଆସିଛି । ୧୯୯୮ରେ ସେ ମଲାଇକା ଆରୋରାକୁ ବିବାହ କରିଥିଲେ । ୧୯ ବର୍ଷ ପରେ ଉଭୟ ଅଲଗା ହୋଇଥିଲେ । ମଲାଇକା ଜୀବନରେ ଅର୍ଜୁନ କାପୁରଙ୍କ ଏଂଟ୍ରି କରିଥିବା ବେଳେ ଅରବାଜଙ୍କ ଜର୍ଜିୟା ଆଣ୍ଡ୍ରିୟାନୀଙ୍କ ସହ ପ୍ରେମ ସମ୍ପର୍କ ଚର୍ଚ୍ଚାର କାରଣ ସାଜିଥିଲେ । ଏପରିକି ଜର୍ଜିୟାଙ୍କୁ ଅରବାଜ ବିବାହ କରିବେ ବୋଲି ଆଲୋଚନା ହେଉଥିଲା । ଉଭୟ ଏକତ୍ର ସବୁ ସ୍ଥାନରେ ଦେଖିବାକୁ ମିଳିଥିଲେ । ଏବେ ନିକଟରେ ଏକ ସାକ୍ଷାତକାରରେ ଜର୍ଜିୟା ସ୍ପଷ୍ଟ ଭାବେ ଅରବାଜଙ୍କ ସହ ବ୍ରେକ ଅପକୁ ପୃଷ୍ଟି କରିଛନ୍ତି । ଆମେ ଭଲ ବନ୍ଧୁ ଥିଲୁ, ଆଗକୁ ବି ରହିବୁ ବୋଲି ସେ କହିଛନ୍ତି ।ଅପରପକ୍ଷରେ ଅରବାଜ ଓ ମଲାଇକାଙ୍କ ମଧ୍ୟରେ ସମ୍ପର୍କ ଭଲ ନ ଥିବା ରିପୋର୍ଟ ପ୍ରକାଶ ପାଇଛି । କେତେକ ଗସିପ ଅନୁସାରେ ଅରବାଜ ଓ ମଲାଇକା ପୂର୍ବ ପ୍ରେମକୁ ମନେ ପକାଇ ପୁନର୍ବାର ନିକଟତର ହେବା ପାଇଁ ଚେଷ୍ଟା କରୁଛନ୍ତି । ତେବେ ଏ ପର୍ଯ୍ୟନ୍ତ ମଲାଇକା, ଅର୍ଜୁନ କିମ୍ବା ଅରବାଜ ଏ ସମ୍ପର୍କରେ କୌଣସି ମତ ଦେଇ ନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking