ମୁମ୍ବାଇ: ଦେଶବ୍ୟାପୀ ଏକ ଅଗ୍ରଣୀ ମୋବିଲିଟି ସମାଧାନ ପ୍ରଦାନକାରୀ କମ୍ପାନୀ ଭାବେ ପରିଚିତ ଜିଓ-ବିପି ପକ୍ଷରୁ ଆଜି ସେମାନଙ୍କ ଅନନ୍ୟ କ୍ୟାମ୍ପେନ୍ ‘ୟୁ-ଡିଜର୍ଭ-ମୋର’ ବା ୱାଇଡିଏମ୍’ର ଶୁଭାରମ୍ଭ କରାଯାଇଛି । ଜିଓ-ବିପି ପକ୍ଷରୁ ନିଜ ଗ୍ରାହକଙ୍କୁ ସମଗ୍ର ଦେଶର କୋଣ ଅନୁକୋଣରୁ ଆସିଥିବା ନିଜ ଇନ୍ଧନ ସମ୍ପର୍କୀତ ଅଭିଜ୍ଞତା ସମ୍ପର୍କରେ ସୂଚୀତ କରିବା ଉଦ୍ଦେଶ୍ୟରେ ଏପ୍ରକାର ଏକ କ୍ୟାମ୍ପେନ୍ ବା ଅଭିଯାନର ପରିକଳ୍ପନା କରାଯାଇଛି । ଭାରତକୁ ଅଧିକରୁ ଅଧିକ ଉତ୍କୃଷ୍ଟ ଇନ୍ଧନ ଯୋଗାଣ କରିବା ଉଦ୍ଦେଶ୍ୟରେ ଜିଓ-ବିପି ପକ୍ଷରୁ ନିଜ ସ୍ୱତନ୍ତ୍ର ଗ୍ରାହକଙ୍କୁ ‘ୟୁ-ଡିଜର୍ଭ-ମୋର’ ଅଭିଯାନ ସହ ଯୋଡିବାର ପ୍ରୟାସ କରାଯାଉଛି । ଏହି ଅଭିଯାନରେ ମୁଖ୍ୟତଃ ତିନୋଟି ସ୍ତମ୍ବ (କାର୍ଯ୍ୟଦକ୍ଷତା, ସେବା ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ) ଉପରେ କମ୍ପାନୀ ପକ୍ଷରୁ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଛି । ୱାଇଡିଏମ୍ କ୍ୟାମ୍ପେନ୍ ଅନ୍ତର୍ଗତ ଜିଓ-ବିପି ପକ୍ଷରୁ ଯୋଗାଣ କରାଯାଉଥିବା ଉଭୟ ଡିଜେଲ୍ ଏବଂ ପେଟ୍ରୋଲ୍ ଅନ୍ୟ କମ୍ପାନୀର ଡିଜେଲ୍ ଓ ପେଟ୍ରୋଲ ତୁଳନାରେ ୪.୩% ଅଧିକ ମାଇଲେଜ ଏବଂ ଇଞ୍ଜିନ୍କୁ ୧୦ଗୁଣ ଅଧିକ କ୍ଲିନ୍ ରଖିବାରେ ସହାୟକ ହୋଇଥାଏ ବୋଲି ନିଜ ଗ୍ରାହକଙ୍କୁ ସୂଚୀତ କରିବାକୁ କମ୍ପାନୀ ଚାହିଁଛି । ଏହିସ୍ତରର ଫାଇଦା ଦେବା ପାଇଁ ଜିଓ-ବିପି ପକ୍ଷରୁ ଅନ୍ତର୍ଜାତୀୟସ୍ତରୀୟ ବିକଶିତ ବେସପୋକ୍ ‘ଆକ୍ଟିଭ୍’ ଟେକ୍ନୋଲୋଜିକୁ କମ୍ପାନୀ ଆପଣାଇଥିବା ଦର୍ଶାଇଛି ।
ଏହି ଟେକ୍ନୋଲୋଜି ଦ୍ୱାରା ଉତ୍ପାଦିତ ହେଉଥିବା ପେଟ୍ରୋଲ, ଡିଜେଲର କ୍ଷମତା ଅନ୍ୟାନ୍ୟ କମ୍ପାନୀ ପକ୍ଷରୁ ଫୁଏଲିଂ ଷ୍ଟେସନରେ ବିକ୍ରି କରାଯାଉଥିବା ପେଟ୍ରୋଲ, ଡିଜେଲ୍ ତୁଳନାରେ ଯଥେଷ୍ଟ ଅଧିକ ରହିଥାଏ । ସୁତରାଂ ଜିଓ-ବିପିର ଗ୍ରାହକ ବା ଉପଭୋକ୍ତା ବିନା କୌଣସି ଅତିରିକ୍ତ ମୂଲ୍ୟରେ ଏସବୁ ସୁବିଧା ପାଇପାରିବେ ଏବଂ ନିଜ ଯାନବାହାନକୁ ଦୀର୍ଘସମୟ ପର୍ଯ୍ୟନ୍ତ ଏକ ସୁସ୍ଥ ଏବଂ ଶକ୍ତିଶାଳୀ ରଖିପାରିବେ ବା ଏହାର ଲାଭ ଉଠାଇପାରିବେ । ଏତଦ୍ବ୍ୟତୀତ ବର୍ତ୍ତମାନ ସମୟରେ ଦ୍ରୁତ ଗତିରେ ଜିଓ-ବିପି ମୋବିଲିଟି ଷ୍ଟେସନ୍ରେ ବଢ଼ୁଥିବା ଜିଓ-ବିପି ପଲ୍ସ ଇଭି ଚାର୍ଜିଂ ପଏଣ୍ଟ ନେଟୱାର୍କ୍ ସହ ମଧ୍ୟ ଏହାକୁ ସଂଲଗ୍ନ କରାଯାଇଛି, ଯାହାର ଲାଭ ଇଭି ଗାଡି ଚାଳକମାନେ ମଧ୍ୟ ନେଇପାରିବେ । ଜିଓ-ବିପି ମୋବିଲିଟି ଷ୍ଟେସନ୍ର ଦେଶବ୍ୟାପୀ ନେଟୱାକ୍ର୍ରେ ଉପଲବ୍ଧ କରାଯାଇଥିବା ଅନ୍ୟାନ୍ୟ ସୁବିଧା ମଧ୍ୟରେ ସପ୍ତାହବ୍ୟାପୀ ୨୪ ଘଣ୍ଟିଆ ସ୍ନାକ୍ସ ଦୋକାନ, କନଫେରେନାରୀ ଏବଂ ଟୁର ତଥା ଟ୍ରାଭେଲ ପାଇଁ ଆବଶ୍ୟକ ସାମଗ୍ରୀ, ୱାଇଲ୍ଡ ବିନ୍ କାଫେ ଭଳି ଅନ୍ତର୍ଜାତୀୟସ୍ତରର କଫି ବ୍ରାଣ୍ଡ ଅଧୀନରେ ଭଲ ଭଲ ବ୍ରାଣ୍ଡର କଫି’କୁ ମଧ୍ୟ ସାମିଲ କରାଯାଇଛି ।
ପ୍ରକାଶ, ସ୍ୱଳ୍ପ ଅଙ୍ଗାରକାମ୍ଳ ସମାଧାନ ଏବଂ ଦେଶ ପାଇଁ ଗତିଶୀଳତାକୁ ପୁର୍ନଚିତ୍ରଣ କରିବାର ଦୃଷ୍ଟିକୋଣ ସହ ଜିଓ-ବିପି ସଙ୍କୁଚିତ ବାୟୋଗ୍ୟାସ, ଇଥାନଲ୍ଯୁକ୍ତ ଇ୨୦ ପେଟ୍ରୋଲ ଏବଂ ଇଭି ବ୍ୟାଟେରୀ ଚାର୍ଜିଂ ଏବଂ ସ୍ୱାପିଙ୍ଗ୍ ଭଳି ସୁବିଧା ମଧ୍ୟ ଉପଲବ୍ଧ କରାଉଛି । ମୋବିଲିଟି ଷ୍ଟେସନ୍ ବ୍ୟତୀତ ଜିଓ-ବିପି ସ୍ୱୟଂଚାଳିତ ପିଲଫର ପ୍ରୁଫ୍ ମୋବାଇଲ୍ ଡିସପେନସର (ଛୋଟ ଭ୍ୟାନ୍) ଏବଂ ପେଟେଣ୍ଟେଡ୍ ପ୍ୟାକ୍ଡ୍ ଏଚ୍ଡିପିଇ କଣ୍ଟେନର୍ସ (ବଡ ତୈଳ ଟ୍ୟାଙ୍କର) ମାଧ୍ୟମରେ ଡିଜେଲ୍କୁ ଉପଭୋକ୍ତାଙ୍କ ନିକଟରେ ପହଞ୍ଚାଇବା ଦିଗରେ ମଧ୍ୟ ଅଗ୍ରଣୀ ଭୂମିକା ନିର୍ବାହ କରିଆସୁଛି । ସେମାନଙ୍କ ନିରବଚ୍ଛିନ୍ନ ସହଜ ଅର୍ଡର, ରିଅଲ ଟାଇମ୍ ଟ୍ରାକିଂ, ଅପ୍ଟିମାଇଜ୍ଡ୍ ଡେଲିଭରି ରୁଟ୍ (ଯଥାସମ୍ଭବ ସର୍ଟକଟ୍ ରାସ୍ତା) ଏବଂ ସର୍ବୋପରି ଜିଓ ଟ୍ୟାଗିଂ ଭାରତୀୟ ଗ୍ରାହକଙ୍କୁ ନିରାପଦ ଏବଂ ଗୁଣାତ୍ମକ ଅନ୍-ଡିମାଣ୍ଡ ବିତରଣରେ ବିଶ୍ୱାସନୀୟତାକୁ ସାକାର କରିପାରିଛି । ସେହିପରି ଜିଓ-ବିପିର ଅସୁବିଧା ମୁକ୍ତ ଜିଓ-ବିପି ପଲ୍ସ ଆପ୍, ଡାଇନାମିକ୍ ଲୋଡ୍ ସେୟାରିଂ ଏବଂ ଅଟୋ ଚାର୍ଜ ବୈଶିଷ୍ଟ୍ୟ ଦେଶରେ ଇଭି ଗ୍ରହଣକୁ ତ୍ୱରାନ୍ୱିତ କରିବାରେ ବେଶ ଉପାଦେୟ ସାବ୍ୟସ୍ତ ହେଉଛି ।