27.1 C
Bhubaneswar
Saturday, July 12, 2025
Homeଖେଳକୋହଲିଙ୍କ ମନୋବଳ ବଢ଼ାଇଲେ ଗାଭାସ୍କର

କୋହଲିଙ୍କ ମନୋବଳ ବଢ଼ାଇଲେ ଗାଭାସ୍କର

ଦୁବାଇ : ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ସୋମବାର ଆଇପିଏଲ୍ ୨୦୨୧ର ଏଲିମିନେଟର୍‌ରେ କୋଲ୍‌କାତା ନାଇଟ୍ ରାଇଜର୍ସ ନିକଟରେ ୪ ୱିକେଟ୍‌ରେ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଏହି ପରାଜୟ ସହ ଆର୍‌ସିବିର ଆଇପିଏଲ୍ ୨୦୨୧ରେ ଅଭିଯାନ ଶେଷ ହୋଇଛି । ଆର୍‌ସିବିର ଏହି ପରାଜୟ ସହ କ୍ୟାପ୍‌ଟେନ୍ ଭାବେ କୋହଲି ନିଜର ଅନ୍ତିମ ଆଇପିଏଲ୍ ମ୍ୟାଚ୍ ଖେଳିଛନ୍ତି । ୟୁଏଇ ଚରଣ ଆରମ୍ଭ ପୂର୍ବରୁ କୋହଲି ଏହି ସିଜନ୍ ପରେ ଆଇପିଏଲ୍‌ରେ ନେତୃତ୍ୱ ଛାଡ଼ିଦେବେ ବୋଲି ଘୋଷଣା କରିଥିଲେ । ତେବେ କ୍ୟାପ୍‌ଟେନ୍ ଭାବେ କୋହଲିଙ୍କୁ ଅନ୍ତିମ ମ୍ୟାଚ୍‌ରେ ସେପରି ବିଦାୟ ମିଳିନଥିଲା, ଯାହାର ସେ ହକ୍‌ଦାର ଥିଲେ । ୨୦୧୩ରେ ଆର୍‌ସିବି ନେତୃତ୍ୱ ସମ୍ଭାଳିଥିବା କୋହଲି ବର୍ତ୍ତମାନ ପର୍ଯ୍ୟନ୍ତ ଟିମ୍‌କୁ ଟାଇଟଲ୍ ବିଜେତା କରିବାରେ ସଫଳ ହୋଇନାହାନ୍ତି । ଚଳିତ ବର୍ଷ ଟ୍ରଫି ଜିତି କୋହଲି ନିଜ ନେତୃତ୍ୱ ଯାତ୍ରାର ଅନ୍ତ ଘଟାଇବେ ବୋଲି ପ୍ରଶଂସକ ଆଶା କରିଥିଲେ ।

ମାତ୍ର ସେପରି ହୋଇନାହିଁ । ଏପରି ବିଦାୟରେ କୋହଲିଙ୍କ ସମେତ ତାଙ୍କ ସମସ୍ତ ପ୍ରଶଂସକ ନିଶ୍ଚିତ ଭାବେ ନିରାଶ ହୋଇଛନ୍ତି ।
ଏପରି କଷ୍ଟକର ସମୟରେ କିନ୍ତୁ ଭାରତର ପୂର୍ବତନ କ୍ୟାପ୍‌ଟେନ୍ ସୁନୀଲ୍ ଗାଭାସ୍କର କୋହଲିଙ୍କ ମନୋବଳ ବୃଦ୍ଧି କରିଛନ୍ତି । ଗାଭାସ୍କର କହିଛନ୍ତି ଯେ ବିଜୟ ସହ ପରିସମାପ୍ତି ସମସ୍ତଙ୍କ ଭାଗ୍ୟରେ ଲେଖା ନ ଥାଏ । ଏହି ଅବସରରେ ସେ ଡନ୍ ବ୍ରାଡ୍‌ମ୍ୟାନ୍ ଓ ସଚିନ ତେନ୍ଦୁଲକରଙ୍କ ଉଦାହରଣ ଦେଇଛନ୍ତି । ଷ୍ଟାର୍ ସ୍ପୋର୍ଟ୍ସର ଏକ ଶୋ’ରେ ଗାଭସ୍କର କହିଛନ୍ତି, ‘ଏହା ନିଶ୍ଚିତ ଭାବେ ନିରାଶାଜନକ । ଯେକେହି ବି ହେଉ ଶୀର୍ଷରେ ରହି ଫିନିଶ୍ କରିବା ଚାହାନ୍ତି ।

ତେବେ ଆପଣ କିମ୍ବା ପ୍ରଶଂସକଙ୍କ ଚାହିଁବା ଅନୁସାରେ ଫଳାଫଳ ମିଳିନଥାଏ । ବ୍ରାଡ୍‌ମାନ୍‌ଙ୍କ ଉଦାହରଣ ଦେଇ ଗାଭାସ୍କର କହିଥିଲେ ଯେ ୧୦୦ ହାରାହାରି ପାଇଁ ତାଙ୍କୁ ମାତ୍ର ୪ ରନ୍ ଆବଶ୍ୟକ ଥିବାବେଳେ ସେ ତାଙ୍କ ଅନ୍ତିମ ଇନିଂସ୍‌ରେ ଶୂନରେ ଆଉଟ୍ ହୋଇଥିଲେ । ସେହିପରି ସଚିନ ତେନ୍ଦୁଲକର ନିଜର ୨୦୦ତମ ଏବଂ ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ଶତକ ଲଗାଇବାକୁ ଚାହିଁଥିଲେ । ମାତ୍ର ସେପରି ହୋଇନଥିଲା ଓ ସେ କେବଳ ୭୪ ରନ୍ ହିଁ କରିପାରିଥିଲେ ।

ଏତେ ଉଚ୍ଚକୁ ଯିବାର ସୌଭାଗ୍ୟ କୋହଲିଙ୍କ ପରି ସମସ୍ତଙ୍କୁ ମିଳିନଥାଏ । ଆର୍‌ସିବି ପାଇଁ ସେ କ’ଣ କରିଛନ୍ତି, କେହି କେବେ ଚର୍ଚ୍ଚା କରିପାରିବେ କି ? ଟିମ୍ ପାଇଁ ସେ ଆକର୍ଷଣୀୟ ପ୍ରଦର୍ଶନ କରିଛନ୍ତି । ଏପରିକି କୋହଲି ଗୋଟିଏ ସଂସ୍କରଣରେ ପାଖାପାଖି ହଜାରେ (୯୭୩ ରନ୍‌) ରନ୍ କରିଥିଲେ । ଏତେ ସଂଖ୍ୟକ ରନ୍ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ କରିପାରିନାହାନ୍ତି ବୋଲି ଗାଭାସ୍କର କହିଛନ୍ତି । ସୂଚନାଯୋଗ୍ୟ ଯେ କୋହଲିଙ୍କ ନେତୃତ୍ୱରେ ଆର୍‌ସିବି ଆଇପିଏଲ୍‌ରେ ୧୪୦ଟି ମ୍ୟାଚ୍ ଖେଳିଥିବା ବେଳେ ଏଥିରୁ ୬୬ଟିରେ ଟିମ୍ ବିଜୟ ଓ ୭୦ଟିରେ ପରାଜୟ ବରଣ କରିଛି । ଏହାଛଡ଼ା ୪ଟି ମ୍ୟାଚ୍‌ର କୌଣସି ଫଳାଫଳ ବାହାରି ପାରିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking