27.1 C
Bhubaneswar
Wednesday, August 20, 2025
Homeଓଡିଶାଗ୍ରାସିମ ଇଣ୍ଡଷ୍ଟ୍ରିଜର ଷ୍ଟିମ୍ ପାଇପ ଲାଇନ୍ ଫାଟିବା ଘଟଣା : ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା

ଗ୍ରାସିମ ଇଣ୍ଡଷ୍ଟ୍ରିଜର ଷ୍ଟିମ୍ ପାଇପ ଲାଇନ୍ ଫାଟିବା ଘଟଣା : ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା

ଗଞ୍ଜାମ ‌: ଗଞ୍ଜାମ ଜିଲ୍ଲା ଗଞ୍ଜାମ ସହରସ୍ଥିତ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜର ହାଇଡ୍ରୋକ୍ଲୋରିକ୍‌ ଏସିଡ୍‌ (ଏଚ୍‌ସିଏଲ୍‌) ଉତ୍ପାଦନ ପ୍ଲାଣ୍ଟର ଷ୍ଟିମ୍‌ ପାଇପ୍‌ ଫାଟିବା ଘଟଣାରେ ଗୁରୁତର ଥିବା ଜଣେ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଛି। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଇଞ୍ଜିନିୟର ଅଭିଷେକ ପାଳ ପ୍ରାଣ ହରାଇଥିବା ଜଣାଯାଇଛି। ପାଞ୍ଚଦିନ ଧରି ସେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ସକାଳୁ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ତାଙ୍କର ଘର କଟକରେ ବୋଲି ଜଣାପଡ଼ିଛି । ପୂର୍ବରୁ ଗତ ଶୁକ୍ରବାର ଦିନ ହେଲପର୍ ଶଙ୍କର ରାଉଳଙ୍କ ମୃତ୍ୟୁ ଘଟିଥିଲା । ଏବେ ଏହି ଘଟଣାରେ ମୃତ୍ୟୁସଂଖ୍ୟା ୨ରେ ପହଞ୍ଚିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking