28.1 C
Bhubaneswar
Wednesday, July 23, 2025
Homeଓଡିଶାଅସହାୟ ମୁସଲିମ ପରିବାରଙ୍କୁ ରେଡ଼କ୍ରସ ପାଣ୍ଠିରୁ ୧୫ ହଜାର ଟଙ୍କା ପ୍ରଦାନ

ଅସହାୟ ମୁସଲିମ ପରିବାରଙ୍କୁ ରେଡ଼କ୍ରସ ପାଣ୍ଠିରୁ ୧୫ ହଜାର ଟଙ୍କା ପ୍ରଦାନ

ବ୍ରହ୍ମପୁର: ବ୍ରହ୍ମପୁର ହିଲପଟଣା ନିକଟସ୍ଥ ରେଳବାଇ ବିଭାଗର କାନ୍ଥକୁ ଲଗାଇ ଜରି ଅଖାରେ ଏକ କୁଟୀର ତିଆରିକରି ବହୁ ଦିନ ହେବ ଏକ ମୁସଲିମ ବ୍ୟକ୍ତି ମୋହମଦ କଲମ ତାଙ୍କ ସ୍ତ୍ରୀ ଓ ପିଲା ଛୁଆଙ୍କୁ ନେଇ ଅବସ୍ଥାନ କରି ଆସୁଥିଲେ କିନ୍ତୁ ଶାରୀରିକ ଅସୁସ୍ଥ ହେତୁ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ବ୍ରହ୍ମପୁର ମୁସଲିମ ମାଇନାରୀଟି ସହ ରାଜ୍ୟ ବିଜେଡ଼ି ସେଲର ସମ୍ପାଦକ ମହାମଦ ଫାଇଜ ଖାଁ ଓ କିଛି ସ୍ଥାନୀୟ ଲୋକେ ତାଙ୍କୁ ମୁସଲିମ ରୀତିନୀତି ଅନୁସାରେ କବିରିସ୍ତନ ନେଇ ଦଫନ କରିଥିଲେ। ଏହି ଖବର ଶୁଣି ବ୍ରହ୍ମପୁର ଉପଜିଲ୍ଲାପାଳ ଭି କୀର୍ତିଭାସନ ରେଡ଼କ୍ରସ ପାଣ୍ଠିରୁ ୧୫ ହଜାର ଟଙ୍କା ପରିପୋଷଣ ନିମନ୍ତେ ନିର୍ଦ୍ଧେଶ ଦେଇଥିଲେ।

ତାଙ୍କ ସ୍ତ୍ରୀ ହମିଦା ବେଗମ କହିବା ପ୍ରକାରେ ତାଙ୍କର ରହିବା ନିମନ୍ତେ କୌଣସି ଘର ନାହିଁ ତାଙ୍କର ୨ ଗୋଟି ପୁଅ ଓ ଜଣେ ଝିଅ ଅଛନ୍ତି ଏମାନଙ୍କ ମଧ୍ୟରୁ ଗୋଟିଏ ପୁଅ ଜଡ଼ା ଓ ଝିଅ ମଧ୍ୟ୍ୟ ପାଠ ପଢ଼ିନଥିବାରୁ ଲୋକଙ୍କ ଘରେ କାର୍ୟ୍ଯ କରି ତାର ନିଜର ଖାଇବା ବ୍ୟବସ୍ଥା କରୁଛି ଓ ଅନ୍ୟ ପୁଅଟି ସିକୁରେଟି ଗାର୍ଡ ଭାବରେ କାର୍ଯ୍ୟ କରି ମାସିକ ବେତନ ୩ହଜାର ଆଣିଲେ ଘର ଚଳୁଛି ବର୍ଷା ଦିନ ମାନଙ୍କରେ ଏହି କୁଡ଼ିଆରେ ରହି ହେଉନାହିଁ ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ କହିଥିଲେ।ତେଣୁ ତାଙ୍କୁ ବିଧବା ଭତା ସହ ବିଜୁ ପକ୍କାଘର ଯୋଜନାରେ ଏକ ଘର ଦିଆଯିବ ନିମନ୍ତେ ପ୍ରଶାସନିକ ଅଧିକାରୀ ମାନେ ପଦକ୍ଷେପ ନେଇଛନ୍ତି ବୋଲି ମହମଦ ଫାଇଜ ଖାଁ କହିଛନ୍ତି।

ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ୧୫ ହଜାର ଟଙ୍କାର ଚେକ୍ ସହକାରୀ ଉପଜିଲ୍ଲାପାଳ ବିନୋଦ କୁମାର ବେହେରା ତାଙ୍କ ସ୍ତ୍ରୀ ହମିଦା ବେଗମଙ୍କୁ ପ୍ରଦାନ କରିଛନ୍ତି। ଚେକ୍ ପ୍ରଦାନ ସମୟରେ ଉପଜିଲ୍ଲାପାଳ ଅଫିସ ଅନ୍ୟ କର୍ମଚାରୀଙ୍କ ସହ ବିଜେଡି ସଂଖ୍ୟା ଲଘୁ ସେଲର ସମ୍ପାଦକ ମହମଦ ଫାଇଜ ଖାଁ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking