ଗଞ୍ଜାମ : କୋଭିଡ୍ ଯୋଗୁଁ ମାଧ୍ୟମିକ ଶିକ୍ଷା ସମେତ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଘୋର ସମସ୍ଯା ଉପୁଜୁଛି। ପରୀକ୍ଷା ହୋଇ ନପାରି ବିଦ୍ଯାର୍ଥୀ ଗୋଟିଏ ଶ୍ରେଣୀରୁ ଅନ୍ଯ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଥିରେ ବ୍ଯାକ୍ ବେଞ୍ଚର୍ ମାନେ ଉସ୍ଛାହିତ ଥିବା ବେଳେ ଭଲ ପାଠ ପଢୁଥିବା ଛାତ୍ର ଛାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ବ୍ରହ୍ମପୁର ସ୍ଥିତ ଖଲ୍ଲିିକୋଟ ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ କ୍ଷେତ୍ରରେ ଏଭଳି ସମସ୍ଯା ଦେଖା ଦେଇଛି। କରୋନାର ପ୍ରକୋପ ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ଥିଲା। ଗତ ବର୍ଷ ତମାମ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ କେବଳ ବୋର୍ଡ ପରୀକ୍ଷା ବ୍ଯତୀତ ଅନ୍ୟ ସବୁ ଶ୍ରେଣୀ ପିଲାଙ୍କୁ ପାସ୍ କରାଇବାକୁ ସରକାର ନିଷ୍ପତ୍ତି ନେଇଥିଲେ।
ଫଳରେ ସମସ୍ତ ପିଲା ପାସ୍ ହୋଇଥିଲେ। ଶିକ୍ଷା ଖସଡ଼ା ଅନୁସାରେ ପ୍ରତି ସେମିଷ୍ଟାରର ମାର୍କକୁ ନେଇ ଶେଷ ଫଳାଫଳ ଘୋଷଣା ହୁଏ। ତେବେ ଖଲ୍ଲିିକୋଟ କଲେଜ ପକ୍ଷରୁ ଏଭଳି ଘୋଷଣା ହେବା ପରେ ପିଲାମାନେ ଚତୁର୍ଥ ସେମିଷ୍ଟାର ପରୀକ୍ଷା ଦେଇ ପାରିନଥିଲେ। ତୃତୀୟ ସେମିଷ୍ଟାର ପରୀକ୍ଷା ଫଳ ଅନୁସାରେ ଚତୁର୍ଥ ସେମିଷ୍ଟାର ପରୀକ୍ଷା ଫଳ କଲେଜ ପକ୍ଷରୁ ପ୍ରକାଶ କରାଗଲା। ଫଳରେ ବହୁ ପିଲାକଂ ରିଜଲଟ୍ ଖରାପ ହୋଇଥିବାରୁ ଛାତ୍ରଛାତ୍ରୀ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ତେବେ ଏ ଦିଗରେ କଲେଜ କତୃପକ୍ଷ ସଚେତନ ହୋଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାର ଆବଶ୍ୟକତା ରହିଛି ବୋଲି ପୂର୍ବତନ ଛାତ୍ର ନେତାମାନେ ମତ ଦେଇଛନ୍ତି। ଏ ସଂପର୍କରେ ପିଲାମାନଙ୍କ ଦାବିକୁ ନେଇ ଉପର ସ୍ତରରେ ଜଣାଇ ଦିଆଯାଇଛି ଏବଂ ଖୁବ୍ ଶୀଘ୍ର ଏନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି କଲେଜ ଅଧ୍ୟକ୍ଷା।