31.1 C
Bhubaneswar
Saturday, February 15, 2025
Homeଓଡିଶାଗନ୍ଧମାର୍ଦ୍ଦନ ପର୍ବତରେ ରହିଛି ୨୦୨ ନିୟୁତ ଟନ୍‍ ବକ୍ସାଇଟ୍‍

ଗନ୍ଧମାର୍ଦ୍ଦନ ପର୍ବତରେ ରହିଛି ୨୦୨ ନିୟୁତ ଟନ୍‍ ବକ୍ସାଇଟ୍‍

ଭୁବନେଶ୍ୱର : ବଲାଙ୍ଗିର ଓ ବରଗଡ ଜିଲ୍ଲା ସୀମାନ୍ତରେ ଥିବା ପୁରାଣ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତରେ ୨୦୨.୨୬ ନିୟୁତ ଟନ୍‍ ପରିମାଣର ବକ୍ସାଇଟ୍‍ ମହଜୁଦ ରହିଛି । ୧୯୭୫ ରୁ ୧୯୭୯ ମସିହା ମଧ୍ୟରେ କେନ୍ଦ୍ର ସରକାରଙ୍କ ଏମଇସିଏଲ୍‍ ଓ ରାଜ୍ୟ ସରକାରଙ୍କ ଖଣି ଓ ଭୂତତ୍ୱ ନିର୍ଦ୍ଦେଶାଳୟ ଦ୍ୱାରା ଏହି ଆକଳନ କରାଯାଇଥିବା ସୂଚନା ଦେଇଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ।

ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଖଣି ମନ୍ତ୍ରୀ କହିଛନ୍ତି ଯେ ୧୯୮୧ ମସିହାରେ କେନ୍ଦ୍ର ସରକାରଙ୍କ ଅଧିନସ୍ଥ ବାଲ୍‍କୋ କୁ ଗନ୍ଧମାର୍ଦ୍ଦନରୁ ଖଣି ଖନନ ପାଇଁ ପଟା ଦିଆଯାିଥିଲା । ମାତ୍ର ଏହି କମ୍ପାନୀ ସମ୍ପୃକ୍ତଖଣି ଅଞ୍ଚଳ ପାଇଁ ଉଦ୍ଦିଷ୍ଟ ଜଙ୍ଗଲ ଅନୁମତି ପ୍ରମାଣପତ୍ର ଦେଇନପାରିାରୁ ଖଣି କାର୍ଯ୍ୟ ଚାଲୁ କରିପାରିନଥିଲେ । ୧୯୯୦ ମସିହାରେ ରାଜ୍ୟ ସରକାର ଉକ୍ତ ଖଣି ଅଞ୍ଚଳକୁ ଅସିଦ୍ଧ ଘୋଷଣା କରିଥିଲେ । ସମ୍ପ୍ରତି ଗନ୍ଧମାର୍ଦ୍ଦନରୁ ଖଣିଜ ପଦାର୍ଥ ଉତ୍ତୋଳନ ଲାଗି କୌଣସି ସଂସ୍ଥାକୁ ନିୟୋଜିତ କରିବାର ପ୍ରସ୍ତାବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking