ବଲାଙ୍ଗିର : ଖେଳ ଶିକ୍ଷକଙ୍କ ଲଭ୍ ଗେମ୍ । ଏକାଧିକ ଯୁବତୀଙ୍କ ସହ ରାସଲୀଳା ବେଳର ଭିଡିଓ ଭାଇରାଲ ହେଉଛି । ଶିକ୍ଷକ ଜଣକ ହେଲେ ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅର୍ନ୍ତଗତ ସାଉନ୍ତପୁର ଗ୍ରାମର ସୌରଭ ପ୍ରଧାନ । ସୌରଭ ପ୍ରଧାନ ଜଣେ ଯୁବତୀଙ୍କୁ ଯୌନ ଶୋଷଣ କରୁଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି । ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କ ସହିତ ଶିକ୍ଷକ ଶାରୀରିକ ସମ୍ପର୍କ ରଖିଥିବା ସେ ଅଭିଯୋଗ କରିଥିବା ଜଣାପଡିଛି । ସୂଚନା ଅନୁସାରେ ତାଲପାଲି ପଡାର ଜନୈକା ଯୁବତୀଙ୍କ ସହିତ ସୌରଭ ଫେସବୁକରେ ଚିହ୍ନା ପରିଚିତ ହୋଇଥିଲେ । କଥାବାର୍ତ୍ତା ହେବା ପରେ ସେମାନେ ପରସ୍ପରକୁ ଭଲପାଉଥିଲେ । ଏପରିକି ଦୁହେଁ ଶାରୀରିକ ସର୍ମ୍ପକ ମଧ୍ୟ ରଖିଥିବା ଯୁବତୀ ଅଭିଯୋଗ କରିଛନ୍ତି ।
ତେବେ ବିବାହର ପ୍ରତିଶୃତି ନେଇ ଯୁବତୀଙ୍କ ସହିତ ଯୌନ ସର୍ମ୍ପକ ରଖିଥିଲେ । ସେମାନଙ୍କର ଅନ୍ତରଙ୍ଗ ମୁହୂର୍ତ୍ତ ସମୟରେ ତାଙ୍କର କିଛି ଫଟୋ ମଧ୍ୟ ରଖିଥିବା ଜଣାପଡିଛି । ଏପରିକି ଶିକ୍ଷକଙ୍କ ଅନେକ ଝିଅଙ୍କ ସହ ପ୍ରେମ ସମ୍ପର୍କ ଥିବାର ଫଟୋ ଓ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏବେ ଅଭିଯୁକ୍ତ ଶିକ୍ଷକ ଫେରାର ଅଛନ୍ତି । ରଙ୍ଗିଲା ଖେଳ ଶିକ୍ଷକଙ୍କର ଗୋଟିଏ କି ଦୁଇଟି ନୁହେଁ ୧୩ଜଣ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲେ ଖେଳ ଶିକ୍ଷକ । ବିବାହର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ତେବେ ଗତ କିଛି ଦିନ ହେବ କାହାକୁ କିଛି ନକହି ଖେଳ ଶିକ୍ଷକ ସ୍କୁଲକୁ ଆସୁନଥିବା କହିଛନ୍ତି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ । ଖେଳ ଶିକ୍ଷକ ସ୍କୁଲରେ ଅନୁପସ୍ଥିତ ଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ କରାଯାଇଛି । ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଶିକ୍ଷକ ଜଣକ ଫେରାର ଥିବା ବେଳେ ତାଙ୍କୁ ପାଇବା ପରେ ଅଧିକ ତଥ୍ୟ ପଦାକୁ ଆସିବ ବୋଲି ବଲାଙ୍ଗିର ଏସ୍?ଡିପିଓ ତୋଫାନ ବାଗ କହିଛନ୍ତି ।