28.1 C
Bhubaneswar
Thursday, May 2, 2024
Homeଓଡିଶାତ୍ରିକୋଣୀୟ ପ୍ରେମ, ସାଙ୍ଗ ନେଲା ସାଙ୍ଗର ଜୀବନ

ତ୍ରିକୋଣୀୟ ପ୍ରେମ, ସାଙ୍ଗ ନେଲା ସାଙ୍ଗର ଜୀବନ

କଲ୍ୟାଣସିଂହପୁର: ତ୍ରିକୋଣୀୟ ପ୍ରେମ । ଏହି ପ୍ରେମ ପାଇଁ ସାଙ୍ଗ ନେଇଗଲା ସାଙ୍ଗର ଜୀବନ । ସାଙ୍ଗ ନିଖୋଜ ଥିବା ବେଳେ ତାର ସାଙ୍ଗକୁ ଆଉ ପୁଲିସ ଜେରା କରିବା ବେଳେ କିଛି ଜାଣି ନଥିବା କହି ଆସୁଥିଲା । ପୁଲିସ ଛାଡି ଦେଇଥିଲା ସାଙ୍ଗକୁ । ପ୍ରେମ ପାଇଁ ବନ୍ଧୁତା ତୁଚ୍ଛ ହୋଇଯାଇଥିବା ବେଳେ ଯୋଜନାବଦ୍ଧ ଭାବେ ହତ୍ୟା କରିଛି ସାଙ୍ଗ । ଅତ୍ୟଧିକ ମଦ ପିଆଇ ଚେତାଶୂନ୍ୟ କରିବା ପରେ ତଣ୍ଟିଚିପି ହତ୍ୟା କରି ପୋତି ଦେଇଥିବା ଭଳି ଅଭାବନୀୟ ଘଟଣା ଘଟିଛି ରାୟାଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅଞ୍ଚଳରେ । ଆଉ ଏହି ହତ୍ୟାକାଣ୍ଡରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ସହ ସଂପୃକ୍ତି ରହିଛି । ଗିରଫ ତିନି ଅଭିଯୁକ୍ତ ହେଲେ ରୁମାନ ବାଗର୍ତ୍ତି, ପ୍ରଶାନ୍ତ ବଗର୍ତ୍ତି ଓ ବିକାଶ ଭଟ୍ଟ ।ସୂଚନା ଅନୁଯାୟୀ, ଟିଟିଲାଗଡ ଦେବନ୍ଧ ପଡ଼ାର ଉମାକାନ୍ତ କାଣ୍ଡ ଓ ତାଙ୍କ ବନ୍ଧୁ ରୁମାନ ବଗର୍ତ୍ତି ଜଣେ ଯୁବତୀଙ୍କୁ ଏକ ତରଫା ପ୍ରେମ କରୁଥିଲେ । ଉମାକାନ୍ତଙ୍କ ସହ ଏହି ଯୁବତୀଙ୍କ ଘନିଷ୍ଠତା ବଢୁଥିଲା । ଏହାକୁ ହଜମ କରି ପାରି ନଥିଲେ ରୁମାନ । ଶେଷରେ ସାଙ୍ଗର ହତ୍ୟା ଯୋଜନା କରିଥିଲା ସାଙ୍ଗ ରୁମାନ । ଯୋଜନା ଅନୁସାରେ ଗତ ମେ’ ମାସ ୨ ତାରିଖରେ ରୁମାନ ନିଜ ନାନି ଘରକୁ ରାୟଗଡ଼ା ଆସି ଏକ ଷଡଯନ୍ତ୍ର କରି ଉମାକାନ୍ତଙ୍କୁ ରାୟଗଡ଼ାକୁ ଟିକଟ କରି ଆସିବା ପାଇଁ ୩ ତାରିଖରେ ଫୋନ୍ କରି କହିବାରୁ ଉମାକାନ୍ତ ୪ ତାରିଖ ଦିନ ନିଜ ପରିବାରକୁ କହି ରାୟଗଡ଼ା ଆସିଥିଲା । ଏହା ପୂର୍ବରୁ ରୁମାନ ଚାନ୍ଦିଲି ଗାଁର ନିଜ ବଡ ମା’ର ପୁଅ ପ୍ରଶାନ୍ତ ବଗର୍ତ୍ତି ଓ ଅନ୍ୟ ସାଙ୍ଗ ବିକାଶ ଭଟ୍ଟକୁ ପୂର୍ବ ପ୍ରସ୍ତୁତିକରି ଉମାକାନ୍ତଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ । ଉମାକାନ୍ତ ରାୟଗଡ଼ା ଆସିବା ପରେ ଭୋଜି କରି ଖାଇବା କହି ୪ଜଣ ମିଶି କଲ୍ୟାଣସିଂହପୁର ବ୍ଲକ କନ୍ଧ କାତିପାଡୁ ପଞ୍ଚାୟତ ଅନ୍ତର୍ଗତ ପଙ୍ଗେଲି ଗାଁ ନିକଟ ଘୋଡା ନାଳର ଚେକଡେମକୁ ଆସିଥିଲେ । ଏଠାରେ ଭୋଜି କରିବା ସହ ମଦ ପିଇଥିଲେ । ନିଶା ହେବା ପରେ ୨ ସାଙ୍ଗ ରୁମାନ ଓ ଉମାକାନ୍ତଙ୍କ ପାଟିତୁଣ୍ଡ ହୋଇଥିଲା । ରୁମାନ ରାଗିଯାଇ ସାଙ୍ଗ ଉମାକାନ୍ତର ବେକ ଚିପି ଦେଇଥିଲେ । ଉମାକାନ୍ତ ଅତ୍ୟଧିକ ମଦ ପିଇ କରିଥିବାରୁ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଏହି ହତ୍ୟା କରିବା ସମୟରେ ରୁମାନଙ୍କ ୨ ସାଙ୍ଗ ସାହାର୍ଯ୍ୟରେ ଚେକଡେମ ନିକଟର ବାଲିପଟାରେ ଗାତଖୋଳି ପୋତିବା ପରେ ମୃତ ଶରୀର ଉପରେ ୨ଟି ବଡ ବଡ ପଥର ଲଦି ଦେଇ ବାଲି ଘୋଡାଇ ଦେଇ ଚାଲିଯାଇଥିଲେ । ୬ ତାରିଖ ଦିନ ରୁମାନ ନଜ ଗାଁକୁ ଫେରି ଆସିଥିଲେ । ଉମାକାନ୍ତର ମୋବାଇଲ୍ ଫୋନ୍ ବନ୍ଦ ଥିବାରୁ ପରିବାର ଲୋକେ ରୁମାନଙ୍କୁ ଯୋଗାଯୋଗ କରି ଉମାକାନ୍ତଙ୍କ ବିଷୟରେ ପଚାରିଥିଲେ ଓ ରୁମାନ ଉମାକାନ୍ତ ବିଷୟରେ କିଛି ଜାଣି ନଥିବା କହିଥିଲେ । ଉମାକାନ୍ତଙ୍କ ପରିବାର ଲୋକେ ଖୋଜାଖୋଜି କରିବା ପରେ କିଛି ଖବର ନପାଇ ୧୧ ତାରିଖ ଦିନ ଟିଟିଲାଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଟିମ୍ ସହ ଉମାକାନ୍ତଙ୍କ ବାପା ଗୋବର୍ଦ୍ଧନ କାଣ୍ଡ ଓ ତାଙ୍କ ବଡ ପୁଅ ମଧ୍ୟ ପହଞ୍ଚିଥିଲେ । ରାୟଗଡ଼ାରେ ସବିଶେଷ ତଦନ୍ତ କରି ରୁମାନ ତାର ଅନ୍ୟ ୨ ସଂପର୍କୀୟ ଭାଇ ଓ ଅନ୍ୟ ଜଣେ ମିଶି ହତ୍ୟା କରିଥିବା ଓ ଥେରୁବାଲି ଥାନା ପାଇକପଡ଼ାର ଏକ ନାଳରେ ହତ୍ୟା କରି ମାଟିରେ ପୋତି ଦେଇଥିବା ପଚରା ଉଚୁରା ବେଳେ ଜାଣିବାକୁ ପାଇଥିଲେ । ଅଭିଯୁକ୍ତ ରୁମାନ ଓ ଅନ୍ୟ ୨ଜଣଙ୍କୁ ପୁଲିସ ସେହି ସ୍ଥାନକୁ ନେଇ ଉମାକାନ୍ତର ଗଳିତ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking