28.2 C
Bhubaneswar
Saturday, June 27, 2026
Homeଓଡିଶାଚାରି ନାହାକା ଉଠିଲା: ଗୟଳ ମୋଡ଼ା ହେଲା

ଚାରି ନାହାକା ଉଠିଲା: ଗୟଳ ମୋଡ଼ା ହେଲା

ପୁରୀ : ନିର୍ମାଣାଧୀନ ତିନି ରଥରେ ଗୁରୁବାର ଚାରି ନାହାକା ଉଠିଛି। ଗୟଳ ମୋଡ଼ା ଯାଇଛି। ପାର୍ଶ୍ୱ ନିରାଡ଼ି ସଂଯୋଗ କରାଯାଇଛି। ପାଞ୍ଚଦଣ୍ଡା ଓ ଗରଗରାରେ କଣ୍ଟା ବାଡ଼ିଆ ଶେଷ ହୋଇଛି। ଜଳଯନ୍ତ୍ର ସ୍ଥାପନ କରାଯାଇଛି। ଗୁଜଗୁଡ଼ିକର ସଂଯୋଗ ଆରମ୍ଭ ହୋଇଛି। ରଥ ନିର୍ମାଣ କାର୍ଯ୍ୟରେ ଅଗ୍ରଗତି ହୋଇଥିବା ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ସେବକ ବିଜୟ କୁମାର ମହାପାତ୍ର କହିଛନ୍ତି। ମହାରଣାମାନେ ରଥର ଅନ୍ୟ ଅଂଶଗୁଡ଼ିକୁ ନିର୍ମାଣ କରୁଛନ୍ତି। ଅସ୍ଥାୟୀ କମାରଶାଳରେ ଓଝା ସେବକ କଣ୍ଟା କବ୍‌ଜା ପ୍ରସ୍ତୁତ କରୁଛନ୍ତି। ରୂପକାର ସେବକ ବିଭିନ୍ନ ରୂପ ଖୋଦେଇ କରୁଛନ୍ତି। ୨୦୫ ମହାରଣା, ଭୋଇ, କମାର, ରୂପକାର, କରତି, ବିନ୍ଧ କାରିଗର ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଏହାପରେ ତୀଖଗୁଜ ଓ ସାଲଗୁଜ ଲଗାଯିବା ପରେ ଚଉଦ ନାହାକା ଉଠିବାର କାର୍ଯ୍ୟକ୍ରମ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking