41.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶଇସ୍ରାଏଲ-ହାମାସ୍ ମଧ୍ୟରେ ବଢ଼ୁଛି ହିଂସା, ୪୦ ଜଣଙ୍କ ମୃତ୍ୟୁ

ଇସ୍ରାଏଲ-ହାମାସ୍ ମଧ୍ୟରେ ବଢ଼ୁଛି ହିଂସା, ୪୦ ଜଣଙ୍କ ମୃତ୍ୟୁ

ଗାଜା : ଇସ୍ରାଏଲ ଓ ହାମାସ ମଧ୍ୟରେ ଉତ୍ତେଜନା ରାତାରାତି ବଢ଼ିବାରେ ଲାଗିଛି । ଫଳରେ ଭୟଙ୍କର ଆକ୍ରମଣ ଦ୍ୱାରା ଗାଜାରେ ୩୫ ଜଣ ଓ ଇସ୍ରାଏଲରେ ୫ ଜଣ ମୃତ୍ୟୁବରଣ କରିଛନ୍ତି । ୨୦୧୪ ମସିହା ପରଠାରୁ ଗାଜାରେ ଏହା ଭୟଙ୍କର ଆକ୍ରମଣ ଥିଲା । ବୁଧବାର ସକାଳେ ଇସ୍ରାଏଲ ଶହ ଶହ ବିମାନରେ ଏୟାର ଷ୍ଟ୍ରାଇକ୍ ଆକ୍ରମଣ କରିଥିଲା । ଇସଲାମବାଦୀ ଗୋଷ୍ଠୀ ଓ ଅନ୍ୟ ପାଲେଷ୍ଟାଇନ ସନ୍ତ୍ରାସବାଦୀ ଗୋଷ୍ଠୀ ତେଲ ଅଭିବ ଓ ବେରଶେବାଠାରେ ଏକାଧିକ ବ୍ୟାରେଜ୍ ଗୁଳି ଚଳାଇଥିଲେ । ଆକ୍ରମଣରେ ଗାଜାରେ ଥିବା ବହୁତଳ କୋଠା ଭୁଶୁଡ଼ି ପଡ଼ିଛି । ଉତ୍ତେଜନା ଯୁଦ୍ଧ ଆଡ଼କୁ ଗତି କରୁଥିବାରୁ ମିଳିତ ଜାତିସଂଘର ପୂର୍ବତନ ଶାନ୍ତିଦୂତ ଟୋର ୱେନସଲ୍ୟାଣ୍ଡ ହିଂସାକୁ ବନ୍ଦ କରିବାକୁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking