32.1 C
Bhubaneswar
Thursday, March 28, 2024
Homeଓଡିଶାଚାଉଳ ଗୋଦାମରେ ମିଲରଙ୍କ ଉନ୍ମତକାଣ୍ଡ

ଚାଉଳ ଗୋଦାମରେ ମିଲରଙ୍କ ଉନ୍ମତକାଣ୍ଡ

“ନିମ୍ନମାନର ଚାଉଳ ନରଖିବାରୁ ଯୋଗାଣ ନିରୀକ୍ଷକଙ୍କୁ ମାଡ”
ଢେଙ୍କାନାଳ : ରାଜ୍ୟ ସରକାର ଖାଉଟି କଲ୍ୟାଣ ବିଭାଗ ଜରିଆରେ ଚାଉଳ ଯୋଗାଣ ନିମନ୍ତେ ମିଲର ମାନଙ୍କୁ ନିଯୁକ୍ତ କରିଥାନ୍ତି । ଅତି ନମ୍ନ ମାନର କିମ୍ବା ଖାଇବା ଯୋଗ୍ୟ ହୋଇନଥିବା ଚାଉଳ ରଖିବାକୁ ମନାକରିବାରୁ ଗୋଟିଏ ରାଇସ୍ ମାଲିକ ଯୋଗାଣ ବିଭାଗର ଚାଉଳ ଗୋଦାମରେ ଉନ୍ମତ କାଣ୍ଡ ଘଟାଇଛନ୍ତି । ଢେଙ୍କାନାଳ ଜିଲ୍ଲା ଯୋଗାଣ ବିଭାଗର ମହିଷାପାଟଠାରେ ଥିବା ଚାଉଳ ଗୋଦାମରେ ଏପରି ଏକ ନିନ୍ଦନୀୟ ଘଟଣା ଘଟିଥିବା ଜଣାପଡିଛି ।

ମିଳିଥିବା ସୁଚନାରୁ, ଢେଙ୍କାନାଳ ଜିଲ୍ଲାରେ ମିଲର ମାନଙ୍କ ରାଜୁତି ଦିନକୁ ଦିନ ବଢିବାରେ ଲାଗିଛି । ଚାଷୀଙ୍କ ଉପରେ ଧାନ କିଣା ସମୟରେ ତ ପରେ ଯୋଗାଣ ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଉପରେ । ଏପରିକି ଯୋଗାଣ ବିଭାଗର ଚାଉଳ ଗୋଦାମ ଦାୟିତ୍ୱରେ ଥିବା ଲୋପାମୁଦ୍ରା ଧଳ ନାମ୍ନୀ ଜଣେ ମହିଳା ଯୋଗାଣ ନୀରିକ୍ଷକଙ୍କୁ ରାଇସ୍ ମିଲ୍‌୍‌ର ମାଲିକ ଅନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ମାଡ ମାରିବା ସହିତ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥବା ଅଭିଯୋଗ ଉଠଛି ।

ଏ ସଂପର୍କରେ ଆକର୍ମଣର ଶିକାର ହୋଇଥିବା ଲୋପାମୁଦ୍ରା ଧଳଙ୍କ ପକ୍ଷରୁ ଟାଉନ୍ ଥାନାରେ ଲିଖିତ ଅଭିଯୋଗ ପରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସେପଟେ ଆକ୍ରମଣ କରିବା ପରେ ରାଇସ୍ ମିଲର ମାଲିକ ନିରାକାର ନାୟକ ଫେରାର ଥିବା ଜଣାପଡିଛି । ଯୋଗାଣ ବିଭାଗର ସ୍ୱିକୃତି ପ୍ରାପ୍ତ ରାଇସ୍ ମିଲ୍ “ବିଡିଏନ୍ ରାଇସ୍ ମିଲ୍‌” ଚାଉଳ ଗୋଦାମକୁ ଆସିଥିଲା । ମାତ୍ର ଏହି ଚାଉଳ ନିମ୍ନ ମାନର ହୋଇଥିବାରୁ ରଖିବା ପାଇଁ ମନା କରିିଥିଲେ ଗୋଦାମ ଦାୟିତ୍ୱରେ ଥିବା ଯୋଗାଣ ନୀରିକ୍ଷକ ଶ୍ରୀମତୀ ଧଳ । ଫଳରେ ଚାଉଳ ଗାଡି ସହିତ ଆସିଥିବା ରାଇସ୍ ମିଲ୍ ମାଲିକ ନିରାକାର ନାୟକ ଉତ୍‌କ୍ଷିପ୍ତ ହୋଇ ମହିଳା ଅଧିକାରୀଙ୍କୁ ଗାଳିଗୁଲଜ କରିବା ସହିତ ମାଡ ମାରିଥିବା ଅଭିଯୋଗରେ ଦର୍ଶାଇଛନ୍ତି । ଏ ସଂପର୍କରେ ଯୋଗାଣ ଅଧିକାରୀ ପ୍ରକାଶ କରିଛନ୍ତି ଅଭିଯୋଗ ମୁତାବକ କାର୍ଯ୍ୟାନୁଷ୍ଠାନ ନିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking