25.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶପୂର୍ବତନ ଆଇନ ମନ୍ତ୍ରୀ ଶାନ୍ତି ଭୂଷଣଙ୍କ ପରଲୋକ

ପୂର୍ବତନ ଆଇନ ମନ୍ତ୍ରୀ ଶାନ୍ତି ଭୂଷଣଙ୍କ ପରଲୋକ

ନୂଆଦିଲ୍ଲୀ : ପୂର୍ବତନ ଆଇନ ମନ୍ତ୍ରୀ ତଥା ବରିଷ୍ଠ ଆଇନଜୀବୀ ଶାନ୍ତି ଭୂଷଣଙ୍କର ୯୭ ବର୍ଷ ବୟସରେ ପରଲୋକ। ଶାନ୍ତି ଭୂଷଣ ମଧ୍ୟ ଅନେକ ସାମାଜିକ ଏବଂ ରାଜନୈତିକ ଆନ୍ଦୋଳନ ସହିତ ଜଡିତ ଥିଲେ । ୧୯୭୭ ରୁ ୧୯୭୯ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବରେ ମୋରାରଜୀ ଦେଶାଇଙ୍କ କାର୍ଯ୍ୟକାଳ ସମୟରେ ସେ କେନ୍ଦ୍ର ଆଇନ ମନ୍ତ୍ରୀ ଥିଲେ । ଜରୁରୀକାଳୀନ ପରିସ୍ଥିତି ସମୟରେ ସେ ଏହି ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ । ଏପରିକି ପରବର୍ତ୍ତୀ ସମୟରେ ସେ ଦୁର୍ନୀତି ବିରୋଧରେ ଅନେକ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ । ସେ କିଛି ସମୟ ପାଇଁ ଅସୁସ୍ଥ ଥିଲେ। ଶାନ୍ତି ଭୂଷଣ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ରାଜନାରାୟଣଙ୍କ ପକ୍ଷରୁ ଆହ୍ଲାବାଦ ହାଇକୋର୍ଟରେ ଜଣେ ଓକିଲ ଭାବେ ମାମଲା ଲଢୁଥିଲେ । ଆହ୍ଲାବାଦ ହାଇକୋର୍ଟଙ୍କ ଏକ ରାୟ ପରେ ଦେଶରେ ରାଜନୈତିକ ଉତ୍ତେଜନା ଦେଖାଦେଇଥିଲା ଏବଂ ଇନ୍ଦିରା ଗାନ୍ଧୀଙ୍କୁ ଏହି ପଦ ଛାଡିବାକୁ ପଡିଥିଲା । ତାଙ୍କ ପୁଅ ପ୍ରଶାନ୍ତ ଭୂଷଣ ମଧ୍ୟ ସୁପ୍ରିମକୋର୍ଟର ଜଣେ ବରିଷ୍ଠ ଓକିଲ ଓ ସାମାଜିକ କର୍ମୀ ଭାବେ ଜଣାଶୁଣା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking