29.1 C
Bhubaneswar
Wednesday, April 24, 2024
Homeଓଡିଶାଟ୍ୟୁସନ୍ ଶିକ୍ଷକଙ୍କ ବିୟୋଗରେ ନାବାଳିକା ଛାତ୍ରୀଙ୍କ ଆତ୍ମହତ୍ୟା

ଟ୍ୟୁସନ୍ ଶିକ୍ଷକଙ୍କ ବିୟୋଗରେ ନାବାଳିକା ଛାତ୍ରୀଙ୍କ ଆତ୍ମହତ୍ୟା

ଜି.ଉଦୟଗିରି: ଟ୍ୟୁସନ୍ ଶିକ୍ଷକଙ୍କ ବିୟୋଗରେ ମର୍ମାହତ ନାବାଳିକା ଛାତ୍ରୀଙ୍କ ଆତ୍ମହତ୍ୟା । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଜି.ଉଦୟଗିରି ଥାନା ଅନ୍ତର୍ଗତ କଳିଙ୍ଗା ଗ୍ରାମପଞ୍ଚାୟତ ସ୍ଥିତ ଡୁଗୁଡିପାରୀରେ । ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ୧୧ ନଂ ୱାର୍ଡ ସ୍ଥିତ ବାସଭବନରେ ଟ୍ୟୁସନ ଶିକ୍ଷକ ବଦ୍ରିପ୍ରସାଦ ସ୍ୱାଇଁ ମାନସିକ ଚାପ ଯୋଗୁଁ ମାଆଙ୍କ ଶାଢୀରେ ସିଲିଂ ଫ୍ୟାନରେ ଝୁଲିପଡି ଆତ୍ମହତ୍ୟା କରିଥିଲେ । ଏହାପରେ ତାଙ୍କ ନିକଟରେ ଟ୍ୟୁସନ ହେଉଥିବା ଛାତ୍ରୀ ସୁରଥି ସାହୁ(୧୭) ଘଟଣାରେ ଖୁବ୍ ମର୍ମାହତ ହେବା ସହ ମାନସିକ ଅବଶାଦରେ ଥିଲେ ।

ମଙ୍ଗଳବାର କଳିଙ୍ଗା ଡୁଗୁଡିପାରୀର ନାବାଳିକା ଛାତ୍ରୀ ସୁରଥି ସାହୁ(୧୭) ଟ୍ୟୁସନ ଶିକ୍ଷକଙ୍କ ବିୟୋଗରେ ମର୍ମାହତ ହୋଇ ନିଜ ଚୁନିରେ ଝୁଲି ଆତ୍ମହତ୍ୟା କରିଥିବା ନେଇ ପୁଲିସ ଏସ ଆଇ ଅନନ୍ତ କୁମାର ପ୍ରଧାନ ସୂଚନା ଦେଇଛନ୍ତି । କେସ ନଂ ୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଦାୟିତ୍ୱ ଏଏସ୍‌ଆଇ ବଣ୍ଟି ଦଣ୍ଡିଆଙ୍କୁ ଦିଆଯାଇଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ମୃତଦେହ ହସ୍ତାନ୍ତର କରାଯିବା ନେଇ ଏସ୍ ଆଇ ଅନନ୍ତ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking