33.1 C
Bhubaneswar
Monday, May 6, 2024
Homeକରୋନାସିବିଆଇ ପୂର୍ବ ନିର୍ଦ୍ଦେଶକ ରଞ୍ଜିତ ସିହ୍ନାଙ୍କ କରୋନାରେ ପରଲୋକ

ସିବିଆଇ ପୂର୍ବ ନିର୍ଦ୍ଦେଶକ ରଞ୍ଜିତ ସିହ୍ନାଙ୍କ କରୋନାରେ ପରଲୋକ

ନୂଆଦିଲ୍ଲୀ: ସିବିଆଇର ପୂର୍ବ ନିର୍ଦ୍ଦେଶକ, ଆଇଟିବିପି ପୂର୍ବ ମହାନିର୍ଦ୍ଦେଶକ ଓ ୧୯୭୪ ବ୍ୟାଚର ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ରଞ୍ଜିତ ସିହ୍ନାଙ୍କ ଦିଲ୍ଲୀରେ ନିଧନ ହୋଇଛି । ଶୁକ୍ରବାର ଦିଲ୍ଲୀରେ ୪ଟା ୩୦ ମିନିଟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ଗୁରୁବାର ରାତିରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ନିଜ ସେବାକାଳ ମଧ୍ୟରେ ସିହ୍ନା ସିବିଆଇର ନିର୍ଦ୍ଦେଶକ, ଆଇଟିବିପିର ମହାନିର୍ଦ୍ଦେଶକ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପଦରେ ରହି ଗୁରୁଦାୟିତ୍ୱ ସମ୍ଭାଳିଥିଲେ । ରଞ୍ଜିତ ସିହ୍ନା ୧୯୭୪ ବ୍ୟାଚର ଆଇପିଏସ ଅଫିସର ଥିଲେ । ସିବିଆଇର ନିର୍ଦ୍ଦେଶକ ପଦ ସମ୍ଭାଳିବା ପୂର୍ବରୁ ଭାରତ-ତିବତ ସୀମା ପୁଲିସ (ଆଇଟିବିପି)ର ମହାନିର୍ଦ୍ଦେଶକ ପଦରେ ଥିଲେ । ସିବିଆଇ ନିର୍ଦ୍ଦେଶକ ପଦରେ ଥିବା ବେଳେ ରଞ୍ଜିତ ସିଂଙ୍କ ଉପରେ ଭ୍ରଷ୍ଟାଚାରର ଆରୋପ ଲାଗିଥିଲା । ସିବିଆଇ ତାଙ୍କ ବିରୋଧରେ ଭ୍ରଷ୍ଟାଚାର ମାମଲାରେ କେସ ମଧ୍ୟ କରିଥିଲା । ସିବିଆଇ ନିର୍ଦ୍ଦେଶକ ପଦରେ ଥାଇ ସେ କୋଇଲା ଘୋଟାଲା ଯାଂଚକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା ଆରୋପ ଲାଗିଥିଲା । ୧୯୭୪ ବ୍ୟାଚର ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ସିହ୍ନାଙ୍କ ସନ୍ଦିଗ୍ଧ ଭୂମିକା ଯାଂଚ ପାଇଁ ସୁପ୍ରିମକୋର୍ଟ ସିବିଆଇକୁ ଆଦେଶ ଦେଇଥିଲେ । ଏହି ଆଦେଶର ତିନି ମାସ ପରେ ସିବିଆଇ ସିହ୍ନାଙ୍କ ବିରୋଧରେ ଏଫଆଇଆର କରିଥିଲା । ୨୨ ନଭେମ୍ବର ୨୦୧୨ରେ ତାଙ୍କୁ ଦୁଇ ବର୍ଷ ପାଇଁ ସିବିଆଇର ନିର୍ଦ୍ଦେଶକ କରାଯାଇଥିଲା । ଏହାପୂର୍ବରୁ ସେ ରେଳ ସୁରକ୍ଷା ବଳର ନେତୃତ୍ୱ କରୁଥିଲେ । ତା ପୂର୍ବରୁ ସେ ପାଟଣା ଓ ଦିଲ୍ଲୀରେ ସିବିଆଇରେ ବରିଷ୍ଠ ପଦରେ ନିଜ ଦାୟିତ୍ୱ ତୁଲାଇ ସାରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking