ଉଦଳା : ପୋଡାଡିହା ରେଞ୍ଜ ନଛିପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଯୁବକଙ୍କ ମୃତ୍ୟୁରୁ ଉତ୍ତେଜନା ପ୍ରକାଶ ପାଇଛି । ଏହାକୁ ନେଇ ଫରେଷ୍ଟ ଅଫିସକୁ ଘେରାଉ କରାଯାଇଛି । ଶିକାରୀ ସନ୍ଦେହରେ ବନକର୍ମଚାରୀ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି । ଗାଁରେ ମୃତଦେହ ପହଞ୍ଚିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଶବ ରଖି ଧାରଣାରେ ବସିଲେ ଗାଁ ଲୋକେ । ସୂଚନା ଅନୁଯାୟୀ, ଗତ ଶୁକ୍ରବାର ଠାରୁ ଯୁବକ ଜଣକ ଶିମିଳିପାଳ ଜଙ୍ଗଲକୁ ଯାଇ ଆଉ ଫେରି ନଥିଲେ । ଗତକାଲି ବନବିଭାଗ ପକ୍ଷରୁ ଯୁବକ ଚିକିତ୍ସିତ ହେଉଥିବା ଖବର ଆସିଥିଲା । ତାଙ୍କୁ ପ୍ରଥମେ ଉଦଳା ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । କଟକ ସ୍ଥାନାନ୍ତର ପରେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।