34.1 C
Bhubaneswar
Wednesday, May 22, 2024
Homeଦେଶ ବିଦେଶହିଜାବ ପିନ୍ଧିଥିବାରୁ କଲେଜ ଭିତରେ ପ୍ରବେଶ କରିବାକୁ ମିଳିଲାନି ଅନୁମତି

ହିଜାବ ପିନ୍ଧିଥିବାରୁ କଲେଜ ଭିତରେ ପ୍ରବେଶ କରିବାକୁ ମିଳିଲାନି ଅନୁମତି

ବେଙ୍ଗାଲୁରୁ: ହିଜାବ ପିନ୍ଧିଥିବାରୁ କଲେଜ ଭିତରେ ପ୍ରବେଶ କରିବାକୁ ମିଳିଲାନି ଅନୁମତି । କର୍ଣ୍ଣାଟକର ଏକ କଲେଜରେ ଘଟିଛି ଏଭଳି ଅଜବ ଘଟଣା । ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ, କିଛି ମହିଳା ହିଜାବ ପିନ୍ଧି କଲେଜ ଭିତରକୁ ପ୍ରବେଶ କରିବାକୁ କଲେଜର ପ୍ରିନ୍ସପାଲଙ୍କୁ ଅନୁରୋଧ କରୁଛନ୍ତି । ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟିସାରିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ କର୍ଣ୍ଣାଟକର କୁନ୍ଦୁପୁର ନିକଟ ଉଦୁପି ଜିଲ୍ଲାର ଏକ ପ୍ରି-ୟୁନିଭରସିଟି କଲେଜର ହିଜାବ ପିନ୍ଧିଥିବା ଛାତ୍ରୀମାନେ ପ୍ରିନ୍ସିପାଲଙ୍କୁ ଭିତରକୁ ପ୍ରବେଶ ନେଇ ନିବେଦନ କରୁଥିବା ଦେଖିବାକୁ ମିଳିଛି । ୨ମାସ ପରେ ପରୀକ୍ଷା ଥିବାରୁ ଏବେ କଲେଜ ହିଜାବକୁ ନେଇ ଏଭଳି ଅଜବ ନିୟମ କାହିଁକି ତିଆରି କରୁଛି ବୋଲି ଛାତ୍ରୀମାନେ ପ୍ରଶ୍ନ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ବର୍ତ୍ତମାନ ପର୍ଯ୍ୟନ୍ତ ହିଜାବ ପିନ୍ଧି ଛାତ୍ରୀମାନେ କଲେଜ ଭିତରକୁ ପ୍ରବେଶ କରୁଥିଲେ ଏବଂ ଶ୍ରେଣୀଗୃହରେ ଏହାକୁ କାଢ଼ିଦେଉଥିଲେ । ହେଲେ ହଠାତ୍ ଏଭଳି ନିୟମ ଲାଗୁ ହେବାରୁ ସେମାନେ ଏହାର ବିରୋଧ କରିଛନ୍ତି । ଉଡୁପି ଜିଲ୍ଲା ଦାୟିତ୍ୱରେ ଥିବା ମନ୍ତ୍ରୀ ଏସ. ଅଙ୍ଗରା କହିଛନ୍ତି ଯେ, ମୁଁ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିବି । ପ୍ରତ୍ୟେକ କଲେଜ ପାଇଁ ଅଲଗା ନିୟମ ପ୍ରସ୍ତୁତ କରିବା କଷ୍ଟସାଧ୍ୟ । କିନ୍ତୁ ଯଦି ତାହା ହୋଇସାରିଛି, ସରକାର ଏକ ପୂର୍ବ ସୂଚିତ ନିଷ୍ପତ୍ତି ନେବେ । ଏହା ପୂର୍ବରୁ ଉଡୁପିର ପିୟୁ କଲେଜରେ ଏଭଳି ଘଟଣା ଘଟିଥିଲା । ସେଠାରେ ଏବେ ବି ଛାତ୍ରୀମାନେ ହିଜାବ ପିନ୍ଧି ଶ୍ରେଣୀରେ ବସିବାର ଅନୁମତି ପାଇବାକୁ ସଂଗ୍ରାମ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking