29.1 C
Bhubaneswar
Saturday, May 4, 2024
Homeଅପରାଧସମ୍ବଲପୁରରେ ଲଜ୍ଜା: ୬ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ

ସମ୍ବଲପୁରରେ ଲଜ୍ଜା: ୬ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ଜଣେ ୬ ବର୍ଷର ଶିଶୁକନ୍ୟାକୁ ପଡ଼ୋଶୀ ଜଣେ ୧୬ ବର୍ଷର ନାବାଳକ ଦୁଷ୍କର୍ମ କରିବା ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ, ଗତକାଲି ରାତିରେ ଏହି ଶିଶୁକନ୍ୟାଟିକୁ ତାଙ୍କ ପଡ଼ୋଶୀ ଘରର ନାବାଳକ ପ୍ରଲୋଭନ ଦେଖାଇ ସାଥୀରେ ଡାକି ନେଇଥିଲା । କେହି ନଥିବା ଦେଖି ନାବାଳକ ଜଣକ ଶିଶୁକନ୍ୟାକୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା । ଶିଶୁକନ୍ୟାଟି କିଛି ଜାଣି ପାରିନଥିବା ବେଳେ କଷ୍ଟ ହେବାରୁ କାନ୍ଦିବାରେ ଲାଗିଥିଲା । କିଛି ସମୟ ପରେ ଶିଶୁକନ୍ୟାକୁ ନାବାଳକ ଜଣକ ଛାଡ଼ିଦେବାରୁ ସେ କାନ୍ଦି କାନ୍ଦି ଘରକୁ ଆସିଥିଲା । ଘରେ ବାପା ମା’ଙ୍କୁ ସବୁ କଥା ଜଣାଇଥିଲା । ଏ ବିଷୟରେ ସମ୍ବଲପୁର ଥାନାରେ ଶିଶୁକନ୍ୟାଙ୍କ ପରିବାର ଲୋକେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ନାବାଳକକୁ ଥାନାରେ ଅଟକ ରଖାଯାଇଥିବା ଜଣାପଡ଼ିଛି । ଅନ୍ୟପଟେ ପୀଡ଼ିତା ଶିଶୁକନ୍ୟାକୁ ଡାକ୍ତରୀ ପରୀକ୍ଷା ପାଇଁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking