38.1 C
Bhubaneswar
Tuesday, April 23, 2024
Homeକରୋନାଏହି ସବୁ ଦେଶରେ କୋହଳ ହେଲା କରୋନା କଟକଣା

ଏହି ସବୁ ଦେଶରେ କୋହଳ ହେଲା କରୋନା କଟକଣା

ନୂଆଦିଲ୍ଲୀ : ସାରା ବିଶ୍ୱରେ ଏବେ କରୋନା ହଇଚଇ ସୃଷ୍ଟି କରିଛି । ଭାରତରେ କରୋନାର ତୃତୀୟ ଲହର ବିସ୍ଫୋରଣ ହୋଇଥିବାବେଳେ ଆମେରିକା ସମେତ ଅନେକ ଦେଶରେ ଚତୁର୍ଥ ଓ ପଞ୍ଚମ ଲହରର ପ୍ରଭାବ ଦେଖାଯାଇଛି । ଏହାରି ମଧ୍ୟରେ ଅନେକ ଦେଶରେ କଟକଣାକୁ କୋହଳ ମଧ୍ୟ କରାଯାଇଛି । ଯେଉଁଥିରେ ମାସ୍କର ବ୍ୟବହାରକୁ ମଧ୍ୟ ବନ୍ଦ କରିଦିଆଯାଇଛି । ବ୍ରିଟେନ୍‌, ଫ୍ରାନ୍ସ, ନେଦରଲ୍ୟାଣ୍ଡ ସହିତ ଆହୁରି ଅନେକ ଦେଶ ଅଛି ଯେଉଁଠାରେ କରୋନା ପ୍ରତିବନ୍ଧକରେ କିଛି ମାତ୍ରାରେ ରିହାତି ଦିଆଯାଇଛି । ଏମିତିକି ଅନେକ ଦେଶରେ କାର୍ଯ୍ୟକ୍ରମରେ ଭାଗ ନେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ତଥାପି, ଅନେକ ଦେଶ ଦ୍ୱାରା କରୋନା କଟକଣା କୋହଳକୁ ନେଇ ‘ହୁ’ ଚିନ୍ତା ପ୍ରକଟ କରିଛି । ଡେନମାର୍କ ସରକାର କରୋନା ସହ ଜଡିତ ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି । ଡେନମାର୍କ ବିଶ୍ୱର ପ୍ରଥମ ଦେଶ ହୋଇପାରିଛି ଯେଉଁଠାରେ କୋଭିଡ-୧୯ ସହ ଜଡିତ ସମସ୍ତ ପ୍ରୋଟୋକଲଗୁଡ଼ିକୁ ହଟାଇ ଦିଆଯାଇଛି । ଲୋକଙ୍କ ପାଇଁ ମାସ୍କ ପିନ୍ଧିବା ଆଉ ବାଧ୍ୟତାମୂଳକ କରାଯାଇ ନାହିଁ । ଏହାସହ କୋଭିଡ୍ ନେଗେଟିଭ୍ ରିପୋର୍ଟର ଆବଶ୍ୟକତାକୁ ମଧ୍ୟ ଦୂର ହ୍ରାସ କରାଯାଇଛି । ସରକାର ବର୍ତ୍ତମାନ କୋଭିଡ-୧୯ ଏକ ଗୁରୁତର ମହାମାରୀ ତାଲିକାରୁ ମଧ୍ୟ ହଟାଇ ଦେଇଛନ୍ତି । ସେହିପରି ଫେବୃଆରୀ ୧ ତାରିଖରୁ ଆଇସୋଲେସନ୍‌ରେ ରହିବା ମଧ୍ୟ ବନ୍ଦ କରିଦିଆଯାଇଛି । ଡେନମାର୍କର ପ୍ରଧାନମନ୍ତ୍ରୀ ମ୍ୟାଟେ ଫ୍ରେଡେରିକସେନ୍ ଘୋଷଣା କରିଛନ୍ତି ଯେ, ଫେବୃଆରୀ ୧ ତାରିଖରୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଏବଂ ଆଇସୋଲେସନ୍‌ରେ ରହିବା ଭଳି କରୋନା ନିୟମଗୁଡିକ ବାଧ୍ୟତାମୂଳକ ରହିବ ନାହିଁ । ବର୍ତ୍ତମାନ ଲୋକମାନେ ପୂର୍ବ ପରି ହୋଟେଲ, ରେଷ୍ଟୁରାଣ୍ଟ ସମେତ ଆହୁରି ଅନେକ ସ୍ଥାନକୁ ଯାଆସ କରିପାରିବେ । କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍ ବର୍ତ୍ତମାନ ବ୍ରିଟେନରେ ହଇଚଇ ସୃଷ୍ଟି କରିବାରେ ଲାଗିଛି । ଏହି କାରଣରୁ ବହୁ ସଂଖ୍ୟକ ଶିଶୁ, ମହିଳା ଏବଂ ବୃଦ୍ଧମାନେ କରୋନାରେ ସଂକ୍ରମିତ ହେଉଛନ୍ତି । ଏହା ସତ୍ତ୍ୱେ ବ୍ରିଟେନରେ କରୋନା ପ୍ରତିବନ୍ଧକକୁ ହ୍ରାସ କରିଦିଆଯାଇଛି । ବ୍ରିଟେନରେ ମାସ୍କ ପିନ୍ଧିବାର ଆବଶ୍ୟକତା ରଦ୍ଦ କରାଯିବା ସହ ନାଇଟ୍ କ୍ଲବ୍ ଏବଂ ଅନେକ ସର୍ବସାଧାରଣ ସ୍ଥାନ ଆଦିକୁ ଖୋଲିଦିଆଯାଇଛି । ନାଇଟ୍ କ୍ଲବ୍ ଏବଂ ସର୍ବସାଧାରଣ ସ୍ଥାନରେ ପ୍ରବେଶ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟର ଆବଶ୍ୟକତାକୁ ମଧ୍ୟ ହଟାଇଦିଆଯାଇଛି । ଏହା ବ୍ୟତୀତ ୱର୍କ ଫର୍ମ ହୋମ୍‌କୁ ମଧ୍ୟ ପ୍ରତ୍ୟାହାର କରାଯାଇଛି । ଅନ୍ୟ ୟୁରୋପୀୟ ଦେଶଗୁଡିକ ମଧ୍ୟ ପ୍ରତିବନ୍ଧକ ହଟାଇଦିଆଯାଇଛି । ଗତକାଲିଠାରୁ ନେଦରଲ୍ୟାଣ୍ଡରେ ଅନେକ କରୋନା ପ୍ରତିବନ୍ଧକକୁ କୋହଳ କରିଦିଆଯାଇଛି । ତେଣୁ ପବ୍‌, ରେଷ୍ଟୁରାଣ୍ଟ ଏବଂ ବାର୍ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି । ନୂଆ ନିୟମ ଅନୁଯାୟୀ ଏଠାରେ ସକାଳ ୫ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ସିନେମା ହଲ୍‌, କ୍ଲବ୍‌, ମ୍ୟୁଜିୟମ୍ ଏବଂ ସ୍ପୋର୍ଟସ୍ କ୍ଲବ୍ ଖୋଲାଯାଇପାରିବ । ହେଲେ ମଧ୍ୟ ଏଠାରେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ନିୟମ ପାଳନ କରିବାକୁ ପଡିବ । ଫିନଲ୍ୟାଣ୍ଡରେ ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡିକ ରାତି ୯ ଟା ପର୍ଯ୍ୟନ୍ତ ୭୫ ପ୍ରତିଶତ କ୍ଷମତା ସହିତ ଖୋଲିବାକୁ ଅନୁମତି ଦିଆଯାଇଛି । ସେହିପରି ଅଷ୍ଟ୍ରିଆରେ, ଜାନୁୟାରୀ ୩୧ରୁ ଲକ୍‌ଡାଉନ୍‌କୁ ହଟାଇଦିଆଯାଇଛି । ଏହାସହ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଲୋକଙ୍କୁ ଟିକା ନେବାକୁ ପଡିବ ନଚେତ୍ ସେମାନଙ୍କୁ ଜରିମାନା ଦେବାକୁ ପଡିବ । ଅନ୍ୟପକ୍ଷରେ ସ୍ପେନରେ କରୋନା ମହାମାରୀ ଜାରି ରହିଛି, ହେଲେ ସରକାର ଏହାକୁ ଏକ ସାଧାରଣ ଫ୍ଲୁ ବୋଲି ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking