28.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଦିଲ୍ଲୀ ତାପମାତ୍ରା ୪୭ ଟପିଲା; ୫ ଦିନିଆ ରେଡ୍ ଆଲର୍ଟ ଜାରି

ଦିଲ୍ଲୀ ତାପମାତ୍ରା ୪୭ ଟପିଲା; ୫ ଦିନିଆ ରେଡ୍ ଆଲର୍ଟ ଜାରି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ତାପମାତ୍ରା ୪୭ ଡିଗ୍ରୀ ଟପିଛି । ପ୍ରତିକୂଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଠାରେ ଆସନ୍ତା ୫ ଦିନ ପାଇଁ ରେର୍ଡ ଆଲର୍ଟ ଜାରି କରାଯାଇଛି । ରିପୋର୍ଟ ଅନୁସାରେ ଦିଲ୍ଲୀର ଅଧିକାଂଶ ସ୍ଥାନରେ ଗତ କିଛି ଦିନ ଧରି ତାପମାତ୍ରା ନିୟମିତ ଭାବେ ୪୭ ଡିଗ୍ରୀରୁ ଊର୍ଦ୍ଧ୍ୱ ରହୁଥିବା ରେକର୍ଡ କରାଯିବା ପରେ ପ୍ରଶାସନ ପକ୍ଷରୁ ଚିନ୍ତାବ୍ୟକ୍ତ କରାଯିବା ସହ ବିହିତ ପଦକ୍ଷେପ ଗ୍ରହଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଦିଆଯାଇଛି । ଅସହ୍ୟ ଗରମରେ ଦିଲ୍ଲୀବାସୀ ଆଉଟୁପାଉଟୁ ହେଉଥିବା ବେଳେ ଆସନ୍ତା ଶୁକ୍ରବାର ଯାଏଁ ଅସହ୍ୟ ଗୁଳଗୁଳି ଏବଂ ତାତି ବଳବତ୍ତର ରହିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯିବା ସହ ଆସନ୍ତା ପାଞ୍ଚ ଦିନ ପାଇଁ ରେଡ୍ ଆଲର୍ଟ ଜାରି କରିଛି । ଏଥିସହ ଦିଲ୍ଲୀ ସରକାରଙ୍କ ପକ୍ଷରୁ ସମସ୍ତ ସରକାରୀ ଏବଂ ଘରୋଇ ସ୍କୁଲଗୁଡ଼ିକ ପାଇଁ ଛୁଟି ଲାଗୁ କରିବାକୁ ମଧ୍ୟ ଘୋଷଣା କରାଯାଇଛି । ପ୍ରକାଶ, କେନ୍ଦ୍ର ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୫ ଦିନ ପାଇଁ ଉତ୍ତର-ପଶ୍ଚିମ ଭାରତରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ସେହିପରି ଭତ୍ତର ମଧ୍ୟ ପ୍ରଦେଶ ଓ ଗୁଜରାଟରେ ମଧ୍ୟ ଅସହ୍ୟ ଗରମ ଅନୁଭୂତ ସମ୍ଭାବନା ରହିଛି । ଅନ୍ୟପକ୍ଷେ ସୋମବାର ଦିଲ୍ଲୀ ଦେଶର ସବୁଠାରୁ ଦ୍ୱିତୀୟ ସର୍ବାଧିକ ଉତ୍ତପ୍ତ ସହର ଥିଲା । ଏଠାକାର ନଜଫଗଡରେ ତାପମାତ୍ରା ୪୭.୪ ଡିଗ୍ରୀ ରେକର୍ଡ କରାଯାଇଥିଲା । ସେହିପରି ପଶ୍ଚମ ଦିଲ୍ଲୀ ଅଞ୍ଚଳରେ ତାପମାତ୍ରା ୪୭.୮ ଡିଗ୍ରୀ ଥିଲା । ଦିଲ୍ଲୀ ନ୍ୟାସନାଲ ଜିଓଲଜିକାଲ ପାର୍କରେ ପଶୁପକ୍ଷୀଙ୍କୁ ଗରମରୁ ମୁକ୍ତି ଦେବା ପାଇଁ ୱାଟର କୁଲର, ବରଫ ଗୋଲା ସମେତ ଫ୍ୟାନ୍ ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking