29.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଦୁନିଆର ସବୁଠୁ ଭୟଙ୍କର ବିଚ୍‌

ଦୁନିଆର ସବୁଠୁ ଭୟଙ୍କର ବିଚ୍‌

ନୂଆଦିଲ୍ଲୀ: ଦୁନିଆରେ ଏମିତି ଅନେକ ପ୍ରସିଦ୍ଧ ବେଲାଭୂମି ରହିଛି, ଯାହା ନିଜର ସୁନ୍ଦରତା ପାଇଁ ବିଶ୍ୱପ୍ରସିଦ୍ଧ । ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ଲୋକେ ବସି ଆରାମରେ ଢେଉର ଥଣ୍ଡା ପବନର ମଜା ନିଅନ୍ତି । ସମୁଦ୍ରର ଢେଉ ସହ ମଜା ମସ୍ତି କରିବାର ଭିନ୍ନ ଏକ ଆନନ୍ଦ ରହିଥାଏ । ହେଲେ ଦୁନିଆରେ ଏମିତି ଅନେକ ସମୁଦ୍ର ତଟ ରହିଛି, ଯାହା ବାସ୍ତବରେ ବିପଦପୂର୍ଣ୍ଣ । ସେହିସବୁ ବେଳାଭୂମିକୁ ଯିବା ପାଇଁ ଲୋକେ ଭୟ କରନ୍ତି । ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ ଏମିତି କଣ ଅଛି ସେହି ସମୁଦ୍ର ବେଳାଭୂମିରେ ।
ଆମେରିକା ଫ୍ଲୋରିଡାସ୍ଥିତ ନ୍ୟୁ ସ୍ମାୟର୍ନା ବିଚ ଦୁନିଆରେ ସବୁଠୁ ଖତରନାକ ଓ ଅଜବ ବୋଲି କୁହାଯାଏ । ଏହି ବିଚ ରେ ସାର୍କ ୧୦୦ରୁ ଅଧିକ ଲୋକଙ୍କ ଉପରେ ଆକ୍ରମଣ କରିଥିବା କୁହାଯାଏ । ଏହି ସମୁଦ୍ରରେ ଅନେକ ଭୟଙ୍କର ଜୀବ ଅଛନ୍ତି । ଯେଉଁଥିପାଇଁ ଲୋକଙ୍କ ମନରେ ଭୟ ରହିଥାଏ ଯେ, କାଳେ ସେ ସେମାନଙ୍କ ଉପରେ ଆକ୍ରମଣ କରିଦେବନି ତ । ଏହି ବିଚ୍ ଗିନିଜ ବୁକ୍ ଅଫ ରେକର୍ଡରେ ଦ ସାର୍କ କ୍ୟାପିଟାଲ ଅଫ ଦ ଓାର୍ଲଡ ନାମରେ ରହିଛି । ପ୍ଲାୟା ଜିପୋଲାଇଟ ବିଚ୍ ଦୁନିଆର ସବୁଠୁ ସୁନ୍ଦର ସମୁଦ୍ର ତଟ ମଧ୍ୟରେ ସାମିଲ ରହିଛି । ଏହା ମ୍ୟାକ୍ସିକୋରେ ଅବସ୍ଥିତ । ପ୍ଲାୟା ଜିପୋଲାଇଟ ବିଚ୍ ଯେତିକି ସୁନ୍ଦର ସେତିକି ଖତରନାକ ମଧ୍ୟ । ଆପଣ ଭାବୁଥିବେ ଏଠାରେ ଥିବା ଜୀବ ଭୟଙ୍କର ହୋଇଥାଇପାରନ୍ତି, ଯିଏ ଆପଣଙ୍କ ଜୀବନ ନେଇପାରେ । ହେଲେ ଏମିତି ଜମା ବି ନୁହେଁ । କୁହାଯାଏ ସେଠିକାର ପାଣି ହୋଇଥାଏ ଭୟଙ୍କର । କେବେ କେବେ ସେଠାରେ ଏମିତି ଭାବରେ ଲହରି ଆସେ, ଯେଉଁଥିରେ ବୁଡି ଯାଇ ଲୋକଙ୍କର ମୃତ୍ୟୁ ହୋଇଥାଏ ।
ବ୍ରାଜିଲର ଜଙ୍ଗଲ ସମଗ୍ର ଦୁନିଆରେ ନିଜ ସୁନ୍ଦରତା ପାଇଁ ପ୍ରସିଦ୍ଧ । ସେହିଭଳି ବ୍ରାଜିଲରେ ଥିବା ପ୍ରଇଆ ଦି ବୋଆର ପରିଚୟ ସବୁଠୁ ବିପଦପୂର୍ଣ୍ଣ ଭାବରେ ହୋଇଥାଏ । ସେହି ସମୁଦ୍ରରେ ଥିବା ସାର୍କ ଅତି ଭୟଙ୍କର ହୋଇଥାନ୍ତି । ସେଠି ପ୍ରାୟ ୫୦ରୁ ଅଧିକ ଲୋକଙ୍କ ଉପରେ ସାର୍କ ହାମଲା କରିଥିବା ଲୋକେ କୁହନ୍ତି । ବିପଦକୁ ଦୃଷ୍ଟିରେ ରଖି ସମୁଦ୍ର ଚାରିପାଖରେ ମଜାମସ୍ତି କରିବା ପାଇଁ ଘେରା ବନାଯାଇଛି । ଇନାକାପିଆଇ ବିଚ୍ ହେଉଛି ସବୁଠୁ ସୁନ୍ଦର ବିଚ୍ । ସେଠିକାର ପାଣି ହେଉଛି ଶାନ୍ତ । ଯେଉଁଠି ଅନେକ ରାଜ୍ ଲୁଚି ରହିଛି । ଗତ କିଛି ବର୍ଷ ଧରି ଏପର୍ଯ୍ୟନ୍ତ ୮୩ ଜଣ ବୁଡି ଏହି ପାଣିରେ ନିଜ ଜୀବନ ହାରିଛନ୍ତି । ଗରମ ଦିନରେ ସେଠାକୁ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି ।
ଅଷ୍ଟ୍ରେଲିଆ ଉତ୍ର କ୍ୱିସଲାଣ୍ଡରେ ଥିବା କେପ ଟ୍ରିବ୍ୟୁଲେସନ ବିଚ୍ ଖତରନାକ ସମୁଦ୍ର ତଟରୁ ଗୋଟିଏ । ସେହି ଅଂଚଳରେ ଜେଲିଫିସ, ବିଷଧର ସାପ, କୁମ୍ଭୀର ଓ କ୍ୟାସାବରିଜ ରହିଥାନ୍ତି । ଏହା ବୋଦେ ଦୁନିଆର ସବୁଠୁ ଭୟଙ୍କର ଜୀବ । ନ୍ୟାସନାଲ ଜ୍ୟୋଗ୍ରାଫିକ ଅନୁସାରେ, କ୍ୟାସୋବରୀ ହମୁ ସହ ସମ୍ବନ୍ଧିତ ବଡ, ଉଡି ପାରୁଥିବା ପକ୍ଷୀ ଓ ଏହାର ଓଜନ ୧୬୦ ପାଉଣ୍ଡରୁ ବି ଅଧିକ ହୋଇଥାଏ । ଯଦି କିଏ ଏମାନଙ୍କୁ ଚିଡାଏ କିମ୍ବା କ୍ଷତି ପହଂଚାଇବାକୁ ଚେଷ୍ଟା କରେ, ତେବେ ସେମାନେ ରାଗରେ ଆପଣଙ୍କର କ୍ଷତି ମଧ୍ୟ କରିପାରନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking