29.1 C
Bhubaneswar
Sunday, May 19, 2024
Homeଅପରାଧପ୍ରଥମେ ଦୁଷ୍କର୍ମ ଆଉ ତାପରେ…..

ପ୍ରଥମେ ଦୁଷ୍କର୍ମ ଆଉ ତାପରେ…..

ଦେବଗଡ଼: ପିଶାଚ ସାଜିଲା ମାମୁଁ । ନିଜ ନାବାଳିକା ଭାଣିଜୀକୁ ବଳପୂର୍ବକ କଲା ଦୁଷ୍କର୍ମ । ଶିଶୁ କନ୍ୟାଟିର ସ୍ୱାସ୍ଥ୍ୟବସ୍ଥା ଗୁରୁତର । ଏନେଇ ବାରକୋଟ ଥାନାରେ ଏତଲା ଦିଆଯାଇଛି । ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ମାମୁଁ ଫେରାର । ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅଞ୍ଚଳରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା । ବାରକୋଟ ଥାନା ଅଞ୍ଚଳର ଜଣେ ୧୦ ବର୍ଷୀୟ ନାବାଳିକାକୁ ମାମୁଁ ଦୁଷ୍କର୍ମ କରିଥିବା ନେଇ ବାରକୋଟ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଗତ ୧୯ ତାରିଖ ଦିନ ସଂଧ୍ୟା ସମୟରେ ପୀଡିତାଙ୍କ ମା’ ତାଙ୍କୁ ଗ୍ରାମରେ ଥିବା ଦୋକାନରୁ ଆଳୁ ଆଣିବା ପାଇଁ କହିଥିଲେ । ତେବେ ପୀଡିତା ନାବାଳିକା ଆଳୁ ଆଣି ଘରକୁ ଫେରିବା ବାଟରେ ଅଭିଯୁକ୍ତ ମାମୁଁ ନିକଟସ୍ଥ କେନ୍ଦୁପତ୍ର ଫଡ଼ିକୁ ଟେକିନେଇ । ତାପରେ ବଳପୂର୍ବକ ଦୁଷ୍କର୍ମ କରିଥିଲା ଓ ଏହି ଘଟଣା ସମ୍ପର୍କରେ କାହାରିକୁ କିଛି କହିଲେ ହତ୍ୟା କରିଦେବି ବୋଲି ଧମକ ଦେଇଥିଲା ।

ତେବେ ଯନ୍ତ୍ରଣା ସହ୍ୟ କରିନପାରି ଶିଶୁ କନ୍ୟାଟି ଘଟଣା ସମ୍ପର୍କରେ ପରିବାର ଲୋକଙ୍କ ପାଖରେ ସବୁକଥା କହିଥିଲା । ଶିଶୁ କନ୍ୟାଟିର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଚିକିତ୍ସା ପାଇଁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଅଭିଯୁକ୍ତ ମାମୁଁ ଫେରାର ଥିବା ଜଣାପଡିଛି । ପୀଡିତାଙ୍କ ପରିବାର ପକ୍ଷରୁ ହୋଇଥିବା ଅଭିଯୋଗ ଆଧାରରେ ବାରକୋଟ ଥାନା ପୋଲିସ ଦୁଷ୍କର୍ମ ମାମଲା ରୁଜୁ କରିଛି । ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଶିଶୁ କନ୍ୟାର ବାପା ଜିଲ୍ଲା ବାହାରେ କାମ କରୁଛନ୍ତି । ପରେ ନାବାଳିକାର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହାପରେ ବାରକୋଟ ଥାନାରେ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ । ଏସଡ଼ିପିଓ ସୌମ୍ୟ ରଞ୍ଜନ ମଲ୍ଲିକ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖାଯାଇଛି । ତେବେ ଅଭିଯୁକ୍ତ ମାମୁଁ ଗ୍ରାମରୁ ଫେରାର ଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking