27.1 C
Bhubaneswar
Wednesday, January 22, 2025
Homeଖେଳପ୍ରଥମ ଟେଷ୍ଟ୍‌: ନୋର୍ଜେଙ୍କୁ ୫ ୱିକେଟ୍‌; ପ୍ରଥମ ଇନିଂସରେ ସାଉଥ୍ ଆଫ୍ରିକା ଆଗୁଆ

ପ୍ରଥମ ଟେଷ୍ଟ୍‌: ନୋର୍ଜେଙ୍କୁ ୫ ୱିକେଟ୍‌; ପ୍ରଥମ ଇନିଂସରେ ସାଉଥ୍ ଆଫ୍ରିକା ଆଗୁଆ

ସେଞ୍ଚୁରିଅନ: ଚଳିତ ୱେଷ୍ଟ୍‌ଇଣ୍ଡିଜ୍ ବିପକ୍ଷ ଟେଷ୍ଟ୍ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଘରୋଇ ସାଉଥ୍ ଆଫ୍ରିକା ପ୍ରଥମ ଇନିଂସ ଭିତ୍ତିରେ ଅଗ୍ରଣୀ ହାସଲ କରିଛି । ଦଳ ପ୍ରଥମ ଇନିଂସରେ ୩୪୨ ରନ୍ କରି ଅଲ୍‌ଆଉଟ୍ ହେବା ପରେ ଇଣ୍ଡିଜ୍ ତା’ର ପ୍ରଥମ ଇନିଂସରେ ୨୧୨ ରନ୍ କରିଥିଲା । ଫଳରେ ସାଉଥ୍ ଆଫ୍ରିକା ୧୩୦ ରନ୍‌ରେ ଆଗୁଆ ରହିଥିଲା । ବୁଧବାର ମ୍ୟାଚ୍‌ର ଦ୍ୱିତୀୟ ଦିନର ଅନ୍ତିମ ସେସନ୍‌ରେ ସାଉଥ୍ ଆଫ୍ରିକା ୮.୧ ଓଭର୍ ଖେଳି ମାତ୍ର ୪୯ ରନ୍ ମଧ୍ୟରେ ୪ଟି ୱିକେଟ୍ ହରାଇ ଅଦ୍ୟାବଧି ୧୭୯ ରନ୍‌ରେ ଆଗୁଆ ରହିଛି । ଓପନର ଆଇଡେନ୍ ମାର୍କରାମ୍ ୬ଟି ଚୌକା ସହ ୩୫ ରନ୍‌ରେ ଅପରାଜିତ ଥିବା ବେଳେ ଅନ୍ୟତମ ଓପନର ଡିନ୍ ଏଲ୍‌ଗାର ୧, ଟୋନି ଡି ଜୋର୍ଜି ଓ ଅଧିନାୟକ ଟେମ୍ବା ବାଭୁମା ଶୂନ ଏବଂ କିଗାନ୍ ପିଟର୍‌ସନ୍ ୭ ରନ୍ କରି ଆଉଟ୍ ହୋଇଛନ୍ତି । ଇଣ୍ଡିଜ୍ ପକ୍ଷରୁ ଆଲ୍‌ଜାରି ଜୋସେଫ୍ ୨ଟି ଏବଂ କେମାର ରୋଚ୍ ଓ ଜେସନ୍ ହୋଲ୍‌ଡର ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି ।

ଦ୍ୱିତୀୟ ଦିନର ଖେଳ ସାଉଥ୍ ଆଫ୍ରିକାର ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ମାର୍କୋ ଜାନ୍‌ସନ୍ (୧୮) ଓ ଗେରାଲ୍ଡ କୋଏଜି (୧୧) ୩୧୪/୮ରୁ ଆରମ୍ଭ କରିଥିଲେ । କୋଏଜି ୩ଟି ଚୌକା ସହ ୧୭ ରନ୍ କରି ଆଉଟ୍ ହେବା ପରେ ଆନ୍‌ରିଚ୍ ନୋର୍ଜେ ୩ଟି ଚୌକା ସହ ୧୪ ରନ୍ କରିଥିଲେ । ଜାନ୍‌ସନ୍ ୪ଟି ଚୌକା ସହ ୨୩ ରନ୍ କରି ଅପରାଜିତ ଥିଲେ । ଇଣ୍ଡିଜ୍ ପକ୍ଷରୁ ଜୋସେଫ୍ ୫ ୱିକେଟ୍‌ର ସଫଳତା ପାଇଥିବା ବେଳେ ରୋଚ୍‌, କାଇଲ୍ ମାୟେର୍ସ, ଶାନନ୍ ଗାବ୍ରିଏଲ୍ ଓ ଜେସନ୍ ହୋଲ୍‌ଡର୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ବ୍ୟାଟିଂରେ ଦଳ ତା’ର ପ୍ରଥମ ଇନିଂସରେ ମାତ୍ର ୬୯ ଓଭର୍ ଖେଳିପାରିଥିଲା ।

ଦଳ ପକ୍ଷରୁ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ରେମନ୍ ରିଫର୍ ୭ଟି ଚୌକା ସହ ୬୨ ରନ୍ କରିଥିବା ବେଳେ ଜର୍ମେନ୍ ବ୍ଲାକ୍‌ଉଡ୍ ୬ଟି ଚୌକା ସହ ୩୭ ଏବଂ ଓପନର ଟାଙ୍ଗେରିନ୍ ଚନ୍ଦରପଲ୍ ୪ଟି ଚୌକା ଓ ରୋଷ୍ଟନ୍ ଚେଜ୍ ୨ଟି ଚୌକା ସହ ୨୨ ରନ୍ ଲେଖାଏଁ କରିଥିଲେ । ତା’ଛଡ଼ା ମାୟେର୍ସ ୨ଟି ଚୌକା ଓ ଗୋଟିଏ ଛକା ସହ ୧୮ ଏବଂ ଅନ୍ୟତମ ଓପନର ତଥା ଅଧିନାୟକ କ୍ରେଗ୍ ବ୍ରେଥ୍‌ୱେଟ୍ ଗୋଟିଏ ଚୌକା ଜରିଆରେ ୧୧ ରନ୍ ସଂଗ୍ରହ କରିଥିଲେ । ସାଉଥ୍ ଆଫ୍ରିକା ପକ୍ଷରୁ ନୋର୍ଜେ ୫ ୱିକେଟ୍‌ର ସଫଳତା ପାଇଥିବା ବେଳେ କାଗିସୋ ରବାଡା ଓ କୋଏଜି ୨ଟି ଲେଖାଏଁ ଏବଂ ଜାନ୍‌ସନ୍ ଗୋଟିଏ ୱିକେଟ୍ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking