28.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶପ୍ରଥମ ପର୍ୟ୍ୟାୟ : ମତଦାନ ସାବ୍ୟସ୍ତ କରିବେ ୧୬ କୋଟିରୁ ଅଧିକ ଭୋଟର

ପ୍ରଥମ ପର୍ୟ୍ୟାୟ : ମତଦାନ ସାବ୍ୟସ୍ତ କରିବେ ୧୬ କୋଟିରୁ ଅଧିକ ଭୋଟର

ନୂଆଦିଲ୍ଲୀ : ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ । ପ୍ରଥମ ପର୍ୟ୍ୟାୟ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି । ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧୦୨ ଆସନ ଲାଗି ମତଦାନ ହେଉଛି । ସେହିଭଳି ଅରୁଣାଚଳ ପ୍ରଦେଶ ଓ ସିକ୍କିମର ବିଧାନସଭା ପାଇଁ ଆଜି ମତଦାନ ହେଉଛି । ତାମିଲନାଡୁର ସମସ୍ତ ୩୯ ଲୋକସଭା ଆସନରେ ଭୋଟିଂ ଆରମ୍ଭ ହୋଇଛି । ୧୬ କୋଟିରୁ ଅଧିକ ଭୋଟର ପ୍ରଥମ ପର୍ୟ୍ୟାୟରେ ମତଦାନ ସାବ୍ୟସ୍ତ କରିବେ । ସକାଳ ୮ଟାରୁ ସନ୍ଧ୍ୟା ୬ଟା ଯାଏଁ ଭୋଟ୍‌ ଦେବେ ମତଦାତା । ଆସନ୍ତା ଜୁନ ୪ରେ ପ୍ରକାଶ ପାଇବ ନିର୍ବାଚନ ଫଳ ।ଆଜି ପ୍ରଥମ ପର୍ୟ୍ୟାୟ ମତଦାନ ସହ ଦେଶରେ ଆରମ୍ଭ ହୋଇଛି ସାଧାରଣ ନିର୍ବାଚନ। ଆଜି ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନରେ ମତଦାନ ହେଉଛି। ମକ୍ ପୋଲ୍ ପରେ ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ। କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଚାଲିଛି ଭୋଟ୍ ଗ୍ରହଣ।ଆଜି ତାମିଲନାଡୁର ସମସ୍ତ ୩୯ଟି ଯାକ ସିଟରେ ହେଉଛି ମତଦାନ। ସେହିପରି ରାଜସ୍ଥାନର ୧୨ଟି, ଉତ୍ତର ପ୍ରଦେଶର ୮ଟି, ମଧ୍ୟପ୍ରଦେଶର ୬ଟି, ମହାରାଷ୍ଟ୍ର, ଆସାମ ଓ ଉତ୍ତରାଖଣ୍ଡର ୫ଟି ଲେଖାଏଁ ଆସନରେ ଚାଲିଛି ମତଦାନ। ବିହାରର ୪ଟି, ପଶ୍ଚିମବଙ୍ଗର ୩ଟି, ଅରୁଣାଚଳ ପ୍ରଦେଶର ୨ଟି ଯାକ ଆସନ, ମଣିପୁରର ସମସ୍ତ ୨ଟି ଆସନ, ମେଘାଳୟର ସମସ୍ତ ୨ଟି ସିଟ୍ ଏବଂ ଛତିଶଗଡ଼, ତ୍ରିପୁରା, ମିଜୋରମ, ନାଗାଲାଣ୍ଡ, ଜାମ୍ମୁ କାଶ୍ମୀର, ଆଣ୍ଡାମାନ ନିକୋବର, ଲାକ୍ଷାଦ୍ୱୀପ ଓ ପୁଡୁଚେରିର ଗୋଟିଏ ଲେଖାଏଁ ଆସନରେ ହେଉଛି ମତଦାନ।ଭୋଟିଂ ଲାଗି ମୋଟ ୧ ଲକ୍ଷ ୮୪ ହଜାର ବୁଥ୍ କରାଯାଇଛି। ଏହି ପର୍ୟ୍ୟାୟରେ ୧୬ କୋଟି ୬୩ ଲକ୍ଷ ଭୋଟର ନିଜର ପ୍ରତିନିଧି ବାଛିବେ। ପ୍ରଥମ ପର୍ୟ୍ୟାୟରେ ମଇଦାନରେ ଅଛନ୍ତି ୧ ହଜାର ୬୨୫ ପ୍ରାର୍ଥୀ। ସେମାନଙ୍କ ମଧ୍ୟରୁ ୧ ହଜାର ୪୯୧ ଜଣ ପୁରୁଷ ପ୍ରାର୍ଥୀ ଏବଂ ୧୩୪ ଜଣ ମହିଳା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking