33.1 C
Bhubaneswar
Monday, May 13, 2024
Homeଓଡିଶାମା’ ଛେଉଣ୍ଡ ଦିବ୍ୟାଙ୍ଗ ଶିଶୁକୁ ମିଳୁନି ସରକାରୀ ସହାୟତା

ମା’ ଛେଉଣ୍ଡ ଦିବ୍ୟାଙ୍ଗ ଶିଶୁକୁ ମିଳୁନି ସରକାରୀ ସହାୟତା

ଫିରିଙ୍ଗିଆ : ରାଜ୍ୟ ଓ କେନ୍ଦ୍ର ସରକାର ଗରିବ, ଅବହେଳିତ ଓ ନିଷ୍ପେସିତ ଲୋକମାନଙ୍କ ପାଇଁ ମାଳମାଳ ଯୋଜନା ପ୍ରସ୍ତୁତ କରିଚାଲିଛନ୍ତି । କିନ୍ତୁ ବାସ୍ତବରେ ସରକାରଙ୍କ ଏହି ସବୁ ଯୋଜନା କେତେକ ସ୍ତରରେ କେବଳ ସରକାରୀ ଦପ୍ତର ନାଲିଫିତା ତଳେ ଚାପିହୋଇଯାଇ ରହିଯାଉଥିବା ବେଳେ ଆଉ କେତେକ କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ତାହା ଠିକ୍ ହିତାଧିକାରୀଙ୍କ ପାଖରେ ପହଞ୍ôଚପାରୁନାହିଁ । ଯଦ୍ୱାରା ସରକାରଙ୍କ ଅନେକ ଯୋଜନା ସଫଳ ହୋଇ ପାରୁନାହିଁ । ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଭୃଙ୍ଗିଯୋଡି ପଞ୍ଚାୟତର  ଜାକିରାହା ଗ୍ରାମର ଜଣେ ମା’ ଛେଉଣ୍ଡ ୩ ବର୍ଷର ଦିବ୍ୟାଙ୍ଗ ଶିଶୁର ଦୁଃଖ ଆଜି ପର୍ଯ୍ୟନ୍ତ କାହାରି ନଜରରେ ନପଡ଼ିବା ନିଶ୍ଚିତ ଭାବେ ଗଦାଗଦା ଯୋଜନାକୁ ନେଇ ପ୍ରଶ୍ନଉଠିଛି ।

ଗ୍ରାମର ସୁଶାନ୍ତ ଶାଣ୍ଢ ଜଣେ ଦିନ ମଜୁରିଆ । ତିନିବର୍ଷ ତଳେ ଏକ ଦିବ୍ୟାଙ୍ଗ ଶିଶୁଙ୍କୁ ଜନ୍ମଦେଇ ଆରପାରିକୁ ଚାଲିଗଲେ ତାଙ୍କ ସ୍ତ୍ରୀ । ବର୍ତମାନ ଶିଶୁଟିର ବୟସ ତିନି ବର୍ଷ । ପର ଘରେ ମୁଲ ଲାଗିଲେ ବାପ ପୁଅଙ୍କ ପେଟ ପୂରେ । ବର୍ତ୍ତମାନ ସମୟରେ କାମ ଧନ୍ଧା ଅଭାବରୁ କେତେବେଳେ ଘରେ ଚୁଲି ଜଳୁଛି ତ କେତେବେଳେ ଉପାସରେ ମଧ୍ୟ ଶୋଇବାକୁ ପଡୁଛି ବୋଲି କହିଛନ୍ତି ସୁଶାନ୍ତ । ପେଟପାଟଣା ଚିନ୍ତା ଭିତରେ ଦିବ୍ୟାଙ୍ଗ ଶିଶୁଟିର ଖର୍ଚ୍ଚ ଓ ତା’ର ଲାଳନପାଳନ ଆହୁରି କଷ୍ଟଦାୟକ ହୋଇପଡିଛି ।  ଏହି ସବୁ ସମସ୍ୟା ମଧ୍ୟରେ ଆଜକୁ ତିନିବର୍ଷ ହେଲା ସରକାରୀ ସହାୟତା ପଛରେ ଦଉଡ଼ିଦଉନି ନୟାନ୍ତ ହୋଇପଡିଲେଣି ସୁଶାନ୍ତ ।

ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲା ମୁଖ୍ୟାଳୟ ଠାରେ ଥିବା ଅନେକ କାର୍ଯ୍ୟାଳୟ ବୁଲି ଅଧିକାରୀମାନଙ୍କୁ ଦେଖା କରି ସରକାରୀ ସାହାଯ୍ୟ ପାଇଁ ଗୁହାରି କରିଆସୁଥିଲେ ମଧ୍ୟ ମିଳିପାରୁନି ସହାୟତା । ଏହି ଅସହାୟ ପରିବାର ପାଇଁ ଏବେ ସାହାରା ସାଜିଛନ୍ତି ଫିରିଙ୍ଗିଆ ବ୍ଲକସ୍ତରୀୟ ସାମ୍ବାଦିକ ସଂଘ । ଫିରିଙ୍ଗିଆ ବ୍ଲକ ସମାଜିକ ସୁରକ୍ଷା ଅଧିକାରୀ ମୈତ୍ରୀ ଶତପଥିଙ୍କୁ ପଚାରିବାରୁ ଘଟଣାକୁ ସ୍ୱୀକାର କରିବା ସହ ସମ୍ପୃକ୍ତ ଦିବ୍ୟାଙ୍ଗ ଶିଶୁଟିର ଦିବ୍ୟାଙ୍ଗ ପ୍ରମାଣ ପତ୍ର ନଥିବାରୁ ସରକାରୀ ସହାୟତାରୁ ବଞ୍ôଚତ ହୋଇଥିବା କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking