OnaKhabar

ଗାଳି ଗୁଳଜକୁ ବିରୋଧ କରିବାରୁ ଯୁବକଙ୍କ ଦେହରେ ବାଜିଲା ଗୁଳି, ପଢନ୍ତୁ ସଂପୂର୍ଣ୍ଣ ଘଟଣା

ନୂଆଦିଲ୍ଲୀ: ସିଢପୁର ଥାନା ଅଂଚଳର ନଗଲା ଭିକାରୀ ଅଂଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଳିଗୁଳଜ କରୁଥିବା ବ୍ୟକ୍ତିଙ୍କୁ ବିରୋଧ କରିବାରୁ ନିଶାସକ୍ତ ଅବସ୍ଥାରେ ଉକ୍ତ ଯୁବକଙ୍କ ଉପରକୁ ଆକ୍ରମଣ କରାଯାଇଥିଲା । ତେବେ ତାଙ୍କ ଦେହରେ ୪ଟା ଗୁଳି ଲାଗିବା ଫଳରେ ସେ ଘଟଣାସ୍ଥଳରେ ହିଁ ଟଳିପଡିଥିଲେ । ଏହାକୁ ନେଇ ମୃତ ଯୁବକଙ୍କ ବାପା ୭ ଜଣଙ୍କ ନାମରେ ଏତଲା ଦେଇଛନ୍ତି । ପୋଲିସ ଏବେ ସେହି ଅଭିଯୁକ୍ତମାନଙ୍କୁ ଖୋଜୁଛି । ତେବେ ପୁରା ଘଟଣା ଅନୁସାରେ, ସୋମବାର ଦିନ ରାମେଶ୍ୱରଙ୍କ ୨୦ ବର୍ଷୀୟ ପୁତ୍ର ବିନୋଦ କୁମାର ରାତିରେ ଘରକୁ ଫେରୁଥିଲା । ହେଲେ ଫେରିବା ସମୟରେ ରାସ୍ତାରେ ବୀରପାଲ୍‌, ଓମକାର, ପଷ୍ପେନ୍ଦ୍ର ପୁତ୍ର ଛତ୍ରପାଲ୍‌, ରାଜକୁମାର ପୁତ୍ର ବୀରପାଲ୍‌, ବିରୋନ୍ଦ୍ର ପୁତ୍ର ରାମତୀର୍ଥ, ଶିବରାଜ ମଦ ପିଉଥିଲେ । ସେହି ସମୟରେ ବିନୋଦକୁ ଦେଖିବା ପରେ ସେମାନେ ଗାଲଇ ଗୁଳଜ କରିବା ଆରମ୍ଭ କରିଦେଇଥିଲେ । ଏହାକୁ ସେ ବିରୋଧ କରିଥିଲେ । ହେଲେ ଦୁବୃତ୍ତମାନେ ତାଙ୍କୁ ପିଟିବାକୁ ଲାଗିଲେ । ସେମାନଙ୍କ ଭିତରୁ ରାଜକୁମାର ଓ ବୀରପାଲ ତାଙ୍କ ଉପରକୁ ଫାୟାରିଂ କରିଥିଲେ । ପାଖାପାଖି ୭ ରାଉଣ୍ଡ ଗୁଳି ସେ ବିନୋଦଙ୍କ ଉପରକୁ ଚଲାଇଥିଲେ । ତା ଭିତରୁ ୪ଟି ଗୁଳି ବିନୋଦ ଦେହରେ ବାଜିଥିଲା । ଯାହା ଫଳରେ ସେ ଗୁରୁତର ଭାବରେ ଆହତ ହୋଇଥିଲେ । ପରେ ଦୁବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ । ଗୁଳି ଶବ୍ଦ ଶୁଣି ସ୍ଥାନୀୟ ଲୋକ ପହଂଚି ହସ୍ପିଟାଲ ନେବା ପାଇଁ ବାହାରିଲା ବେଳେ ସେ ଆଖି ବୁଜି ଦେଇଥିଲେ । ଏନେଇ ପୋଲିସକୁ ବିଳମ୍ବିତ ରାତିରେ ଖବର ମିଳିଥିଲା । ପରେ ପୋଲିସ ପହଂଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ପିତା ରାମେଶ୍ୱରଙ୍କ ଅଭିଯୋଗକ୍ରମେ ପୋଲିସ ୭ ଜଣଙ୍କ ନାମରେ ମାମଲା ରୁଜୁ କରିଛି ।