29.1 C
Bhubaneswar
Saturday, April 20, 2024
Homeଓଡିଶାଖୋର୍ଦ୍ଧା ସବ୍ ଡିଭିଜନ ଅଞ୍ଚଳରେ ସକାଳ ୫ଟାରୁ ସଂନ୍ଧ୍ୟା ୬ଟା ଯାଏଁ ଖୋଲା ରହିବ ସମସ୍ତ...

ଖୋର୍ଦ୍ଧା ସବ୍ ଡିଭିଜନ ଅଞ୍ଚଳରେ ସକାଳ ୫ଟାରୁ ସଂନ୍ଧ୍ୟା ୬ଟା ଯାଏଁ ଖୋଲା ରହିବ ସମସ୍ତ ଦୋକାନ ବଜାର

ଖୋର୍ଦ୍ଧା : ଆଜିଠାରୁ ରାଜ୍ୟରେ ଅନଲକ -୨ .୦ ଆରମ୍ଭ ହୋଇଯାଇଛି । ଜିଲ୍ଲାରେ ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବଢି ଚାଲିଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଆଜି ସୂଚନା ଦିଆଯାଇଛି ଯେ , ଏଥର ଖୋର୍ଦ୍ଧା ସବ୍ ଡିଭିଜନ ଅଞ୍ଚଳରେ ସକାଳ ୫ଟାରୁ ସଂନ୍ଧ୍ୟା ୬ଟା ଯାଏଁ ସମସ୍ତ ଦୋକାନ ବଜାର ଖୋଲା ରହିବ । ପୂର୍ବରୁ ସକାଳ ୭ ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲାଯାଉଥିଲା । ରାତି ୯ଟାରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । ପୂର୍ବ ଭଳି ପ୍ରତି ଶନିବାର ଓ ରବିବାର ସଟ୍ ଡାଉନ୍ ରହିବ । କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଜିଲ୍ଲା ପ୍ରଶାସନ ତରଫରୁ ନିଷ୍ପତ୍ତି କରାଯାଇଛି ।
ଖୋର୍ଦ୍ଧା ଜିଲ୍ଲାରୁ ମୋଟ ୮୪୭ଟି କରୋନା ପଜିଟିଭ କେସ୍ ଚିହ୍ନଟ ହୋଇଥିବା ବେଳେ ୬୩୦ ଜଣ ସୁସ୍ଥ ହୋଇଛନ୍ତି । ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୧୦ ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking