ଭୁବନେଶ୍ୱର: କୃଷ୍ଣପ୍ରସାଦ ଅଂଚଳରେ ଗତକାଲି ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ଫଳରେ ଅଗ୍ନିକାଣ୍ଡରେ ୩ ବଖରା ଘର ସମେତା ୨ ଗୋରୁ ଜୀବନ୍ତ ଦଗ୍ଧ ହୋଇଛନ୍ତି । କୃଷ୍ଣପ୍ରସାଦ ତିତିପ ଗାଁରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିବା ବେଳେ କେଉଁ କାରଣ ପାଇଁ ଏବଂ କିଭଳି ଏମିତି ଅଗ୍ନିକାଣ୍ଡ ଘଟିଲା ତାହାର କାରଣ ଅସ୍ପଷ୍ଟ ରହିଛି । ପରେ ଖବର ପାଇ ମାଲୁଦ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁ ଆୟତ୍ତ କରିଛି ।